ଆମେରିକୀୟଙ୍କୁ ଆକ୍ରମଣ କଲେ ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରାଯିବ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ଆମେରିକୀୟଙ୍କୁ ଆକ୍ରମଣ କଲେ ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରାଯିବ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Source: India Today

ଓ୍ଵାସିଂଟନ୍‌: ଶନିବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ କାଶିମ୍‌ ସୁଲେମାନୀଙ୍କୁ ହତ୍ୟା କରାଯାଇଥିବା କାରଣରୁ ଇରାନ୍‌ ଯଦି କୌଣସି ଆମେରିକୀୟ କିଂବା ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ଅନୁଷ୍ଠାନ ଉପରେ ଆକ୍ରମଣ କରେ ତେବେ ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରିବ ବୋଲି ଆମେରିକା ସ୍ଥିର କରିସାରିଛି।

ଟୁଇଟ୍‌ କରି ଟ୍ରମ୍ପ୍‌ ଲେଖିଛନ୍ତି ଯେ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ଅନୁଷ୍ଠାନ ଉପରେ ଆକ୍ରମଣ କରିବାକୁ ଇରାନ୍‌ ଭାରି ସାହସ ଦେଖାଇ କହୁଛି। କିନ୍ତୁ, ସେ ଜାଣିବା ଦରକାର ପ୍ରତିଆକ୍ରମଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୫୨ଟି ଇରାନୀୟ ସ୍ଥାନ ଚୟନ କରିସାରିଛି। ସେଗୁଡ଼ିକ ମଧ୍ୟରୁ କେତେକ ସ୍ଥାନ ଇରାନ୍‌ ଏବଂ ଇରାନ୍‌ର ସଂସ୍କୃତି ନିମନ୍ତେ ଖୁବ୍‌ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ଉପରେ ଆକ୍ରମଣ ହେଲେ ଇରାନ୍‌ ଭୀଷଣ ଦୁର୍ଦ୍ଦଶା ଭୋଗିବ।

publive-image Image Source: Zee News

ଟ୍ରମ୍ପ୍‌ ପୁଣି କହିଛନ୍ତି: ଯୁକ୍ତରାଷ୍ଟ୍ର ଆମେରିକା ଆଉ ଧମକ ଣୁଣିବାକୁ ଚାହୁଁନି! ଯେଉଁ ୫୨ଟି ସ୍ଥାନ ଆକ୍ରମଣ ପାଇଁ ଚୟନ କରାଯାଇଛି, ସେଗୁଡ଼ିକ ୧୯୭୯ ମସିହାରେ ତେହେରାନ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରୁ ନିଆଯାଇ ଇରାନ୍‌ରେ ପଣବନ୍ଦୀ ରଖାଯାଇଥିବା ୫୨ଜଣ ଆମେରିକୀୟଙ୍କ ଲାଗି ପ୍ରତିଶୋଧ ବୋଲି ଧରାଯାଇଛି।

ଫ୍ଲୋରିଡାରେ ଛୁଟି କଟାଉଥିବା ବେଳେ ଟ୍ରମ୍ପ୍‌ ଏ କଥା ଟୁଇଟ୍‌ କରିଛନ୍ତି। ଟ୍ରମ୍ପ୍‌ଙ୍କ କାର୍ଯ୍ୟକଳାପ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧ ଆଡ଼କୁ ମୁହାଁଉଛି ବୋଲି ଆମେରିକାର ବହୁସଂଖ୍ୟକ ‘ଡେମୋକ୍ରାଟ୍‌’ ସାଂସଦ ମତଦେଇଛନ୍ତି।

ସେପଟେ, ଉଗ୍ରବାଦୀ ନେତା ସୁଲେମାନୀଙ୍କ ମୃତ୍ୟୁରେ ଶୋକପ୍ରକାଶ କରିବାକୁ ହଜାର ହଜାର ଲୋକ ଶନିବାର ଦିନ ଇରାକ୍‌ରେ ପଦଯାତ୍ରାରେ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe