Image Courtesy of India Today
ୱାସିଂଟନ୍: ଆମେରିକାର ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି ବୋଲି ‘କ୍ୟାପିଟଲ୍ ଆକ୍ରମଣ’ର ଦୁଇ ବର୍ଷ ପୂର୍ତ୍ତିକୁ ଉଦ୍ଦେଶ୍ୟ କରି ମଙ୍ଗଳବାର ରାତିରେ ‘ଷ୍ଟେଟ୍ ଅଫ୍ ୟୁନିୟନ୍’ରେ ଉଦ୍ବୋଧନ ଦେବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।
କରୋନାଭାଇରସ୍ ମହାମାରୀ ସତ୍ବେ ଦେଶର ପ୍ରଗତିକୁ ପ୍ରଶଂସା କରି ରାଷ୍ଟ୍ରପତି ଉଦ୍ବୋଧନ ଆରମ୍ଭ କରି କହିଲେ, ମହାମାରୀଠାରୁ ଆମେରିକା ଟାଣୁଆ ବୋଲି ପ୍ରତିପାଦିତ ହୋଇଛି। ଦୁଇ ବର୍ଷ ତଳେ, କୋଭିଡ୍ ଆମ ବ୍ୟବସାୟ ବନ୍ଦ କରିଦେଇଥିଲା, ଆମ ସ୍କୁଲ୍ ବନ୍ଦ କରି ଦେଇଥିଲା ଏବଂ ଆମଠାରୁ ବହୁତ କିଛି ଲୁଟି ନେଇଥିଲା। ଆଜି କୋଭିଡ୍ ଆଉ ଆମ ଜୀବନକୁ ନିୟନ୍ତ୍ରଣ କରୁନାହିଁ।
Image Courtesy of North Shore Newsସେ ଆହୁରି ମଧ୍ୟ କହିଥିଲେ, ଗୃହଯୁଦ୍ଧ ପରଠାରୁ ଦୁଇ ବର୍ଷ ପୂର୍ବେ ଆମ ଗଣତନ୍ତ୍ର ସବୁଠୁ ବଡ଼ ବିପଦର ସମ୍ମୁଖୀନ ହୋଇଥିଲା। କ୍ଷତବିକ୍ଷତ ହୋଇଥିଲେ ସୁଦ୍ଧା ଆଜି ଆମ ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି। ଆମେ ୧୨ ନିୟୁତ ନୂଆ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି। ଏତେ ଅଧିକ କର୍ମନିଯୁକ୍ତି ୪ ବର୍ଷରେ କୌଣସି ରାଷ୍ଟ୍ରପତି ସୃଷ୍ଟି କରିପାରି ନାହାନ୍ତି।
ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ଇନ୍ସୁଲିନ୍ ସୁବିଧାରେ ଉପଲବ୍ଧ କରାଯିବ ବୋଲି ସୂଚନା ଦେଇ ସେ କହିଲେ, ମଧୁମେହ ନିୟନ୍ତ୍ରଣ କରି ବଞ୍ଚିରହିବା ଲାଗି ପ୍ରତିଦିନ ନିୟୁତ ନିୟୁତ ବ୍ୟକ୍ତି ଇନ୍ସୁଲିନ୍ ଆବଶ୍ୟକ କରୁଛନ୍ତି। ପ୍ରାୟ ୧୦୦ ବର୍ଷ ହେବ ଇନ୍ସୁଲିନ୍ ପ୍ରଚଳନ ହୋଇଆସୁଛି। ଗୋଟିଏ ଶିଁଶି ଇନ୍ସୁଲିନ୍ ତିଆରି କରିବା ଲାଗି କମ୍ପାନିମାନଙ୍କୁ ମାତ୍ର ୧୦ ଡଲାର୍ ଖର୍ଚ୍ଚ କରିବାକୁ ପଡୁଛି। କିନ୍ତୁ, ବଡ଼ ବଡ଼ ଔଷଧ କମ୍ପାନି ସବୁ ଏହାକୁ ନିର୍ବିଚାର ଭାବେ ଲୋକମାନଙ୍କୁ ଶହ ଶହ ଡଲାର୍ରେ ବିକ୍ରୟ କରି ରେକର୍ଡ ପରିମାଣର ଲାଭ କରୁଛନ୍ତି। ଏବେ ସେମାନେ ଆଉ ତାହା କରିପାରିବେ ନାହିଁ। ଏଥର ଆମରିକୀୟମାନେ ମାସକ ପାଇଁ ଆବଶ୍ୟକ କରୁଥିବା ଇନ୍ସୁଲିନ୍ର ଦର ୩୫ ଡଲାର୍ ରଖାଯିବ।
Follow Us