ଟ୍ରମ୍ପ୍‌ଙ୍କୁ ବେଖାତିର କରି ଜାତିସଂଘର ଜେରୁଜେଲମ୍‌ ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଲେ ୧୨୮ ଦେଶ

ଟ୍ରମ୍ପ୍‌ଙ୍କୁ ବେଖାତିର କରି ଜାତିସଂଘର ଜେରୁଜେଲମ୍‌ ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଲେ ୧୨୮ ଦେଶ

Image Courtesy of TOI

ଜାତିସଂଘ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ବେଖାତିର କରି ଗୁରୁବାର ଦିନ ୧୨୮ରୁ ଅଧିକ ଦେଶ ଜାତିସଂଘର ଜେରୁଜେଲମ୍‌ ପ୍ରସ୍ତାବନା ସପକ୍ଷରେ ମତଦାନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରୁ ବୋଲି ଜାତିସଂଘର ସାଧାରଣ ପରିଷଦ ପ୍ରସ୍ତାବନା ଆଗତ କରିଥିଲା।

ଯେଉଁ ଦେଶ ସବୁ ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେବେ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ବନ୍ଦ କରାଯିବ ବୋଲି ଟ୍ରମ୍ପ୍‌ ଧମକ ଦେଇଥିଲେ। କିନ୍ତୁ, ପ୍ରସ୍ତାବନା ସପକ୍ଷରେ ସମୁଦାୟ ୧୨୮ ଦେଶ ଭୋଟ୍‌ ଦେଇଛନ୍ତି। ବିରୋଧରେ ଭୋଟ୍‌ ଦେଇଛନ୍ତି ନଅଟି ଦେଶ ଏବଂ ୩୫ ଦଶେ ଭୋଟ୍‌ ଦେଇ ନାହାନ୍ତି।

ଭୋଟ୍‌ ପରେ ଜାତିସଂଘସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହେଲି ଟୁଇଟ୍‌ କରିଛନ୍ତି ଯେ ଆମେରିକା ସେ ଦେଶଗୁଡ଼ିକର ନାଁ ସଂଗ୍ରହ କରୁଛି।
ଅଧିକାଂଶ ପାଶ୍ଚାତ୍ୟ ଏବଂ ଆରବ ମିତ୍ର ଦେଶ ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଇଥିବାରୁ ଓ୍ଵାସିଂଟନ୍‌ ଏକଘରିଆ ହୋଇଯାଇଛି। ଇଜିପ୍‌ଟ୍‌, ଜୋର୍ଡାନ୍‌ ଏବଂ ଇରାକ୍‌ ଆଦି ରାଷ୍ଟ୍ର ଆମେରିକା ଠାରୁ ସାମରିକ ଏବଂ ଆର୍ଥିକ ସହାୟତା ପାଉଥିଲେ ମଧ୍ୟ ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଇଛନ୍ତି।

ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡା, କଲମ୍ବିଆ, ଜେକ୍‌ ରିପବ୍ଲିକ୍‌, ହଙ୍ଗେରି, ମେକ୍‌ସିକୋ, ଫିଲିପ୍ପିନ୍‌ସ୍‌, ପୋଲାଣ୍ଡ, ରୁଆଣ୍ଡା, ଦକ୍ଷିଣ ସୁଦାନ, ଉଗାଣ୍ଡା, ଗୁଏଟମାଲା, ହୋଣ୍ଡାରସ୍‌, ମାର୍ସାଲ୍‌ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆ, ନାଉରୁ, ପାଲାଉ ଏବଂ ଇସ୍ରାଏଲ୍‌ ଆଦି ଦେଶ ଭୋଟ ଦାନରୁ ବିରତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe