Image Courtesy of Hindustan Times
ଟୋକିଓ: ଦକ୍ଷିଣ ଚୀନ୍ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଭାରତ ଏବଂ ଫିଲିପ୍ପିନ୍ସ୍ ଆରମ୍ଭ କରିଛନ୍ତି ନୌ-ସମରାଭ୍ୟାସ। ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ, ଦୁଇଟି ଜାପାନୀ ବିମାବାହୀ ଜାହାଜ, ଦୁଇଟି ଭାରତୀୟ ନୌସେନା ଜାହାଜ ଏବଂ ଫିଲିପ୍ପିନ୍ସ୍ର ଗୋଟିଏ ପାଟ୍ରୋଲ୍ ପୋତ ଚୀନ୍ ନିଜର ବୋଲି ଦାବି କରୁଥିବା ଜଳପଥରେ ମିଳିତ ଭାବେ ଅଭ୍ୟାସ କରୁଥିବା କଥା ଗୁରୁବାର ଦିନ ୟୁଏସ୍ ନେଭି କହିଛି।
ଅତୀତରେ ଦକ୍ଷିଣ ଚୀନ୍ ସାଗରରେ ଏ ଭଳି ସମରାଭ୍ୟାସ ହୋଇଥିଲେ ବି ଚାରିଟି ଦେଶର ମିଳିତ ପ୍ରଦର୍ଶନ ବେଜିଙ୍ଗ୍ ପ୍ରତି ନୂତନ ଚାଲେଞ୍ଜ୍ ଭାବେ ଉଭା ହୋଇଛି।
ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ବିଧ୍ୱଂସୀ ଜାହାଜ ୟୁଏସ୍ଏସ୍ ଓ୍ଵିଲିୟମ୍ ପି. ଲରେନ୍ସ୍ର କପ୍ତାନ୍ କମାଣ୍ଡର୍ ଆଣ୍ଡ୍ରିଉ ଜେ. କ୍ଲଗ୍ କହିଛନ୍ତି: ସମ୍ପୃକ୍ତ ଅଞ୍ଚଳରେ ସମରାଭ୍ୟାସ କରି ଆମର ମିତ୍ରମାନଙ୍କ ସହ ଘନିଷ୍ଠତା ବଢ଼ାଇବା ପାଇଁ ଏହା ଏକ ସୁଯୋଗ।
ଜାପାନ ତା’ର ଦୁଇଟି ଅତି ବୃହତ୍ ବିମାନବାହୀ ଜାହାଜରୁ ଗୋଟିଏ ପଠାଇଛି ଯାହାର ନାଁ ଇଜୁମୋ। ଭାରତ ପଠାଇଛି ଆଇଏନ୍ଏସ୍ କୋଲ୍କାତା ବିଧ୍ୱଂସୀ ଜାହାଜ ଏବଂ ଆଇଏନ୍ଏସ୍ ଶକ୍ତି ନାମକ ଗୋଟାଏ ଟ୍ୟାଙ୍କର୍ ପଠାଇଛି।
Follow Us