ପରିବାରର ୪ଜଣଙ୍କୁ ହତ୍ୟା କରି ଜୀବନ ହାରିଲେ ଟ୍ରମ୍ପ ବିରୋଧୀ ପୋଷ୍ଟ ସେୟାର କରୁଥିବା ଯୁବକ

ପରିବାରର ୪ଜଣଙ୍କୁ ହତ୍ୟା କରି ଜୀବନ ହାରିଲେ ଟ୍ରମ୍ପ ବିରୋଧୀ ପୋଷ୍ଟ ସେୟାର କରୁଥିବା ଯୁବକ | ଆମେରିକାରେ ଘଟିଛି ଏଭଳି ଘଟଣା | ମୃତକଙ୍କ ମଧ୍ୟରେ ରହିଛନ୍ତି ପତ୍ନୀ, ୨ପୁଅ ଓ ପୂର୍ବ ପତ୍ନୀ |

trumpa

ନୂଆଦିଲ୍ଲୀ: ଜୀବନ ହାରିଲେ ଯୁବକ | ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଡୋନାଲ୍ଡ  ଟ୍ରମ୍ପଙ୍କ ବିରୋଧରେ କରାଯାଉଥିବା ପୋଷ୍ଟକୁ ସେୟାର କରୁଥିଲେ ଯୁବକ | ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ବେଳେ ଏବେ ସେ ନିଜ ପରିବାରକୁ ଶେଷ କରି ନିଜର ଜୀବନ ନେଇଥିବା ଜଣାଯାଇଛି | ମୃତକମାନେ ହେଲେ ୪୬ ବର୍ଷୀୟ ଆନ୍ଥୋନି ନେଫିୟୁ(ଅଭିଯୁକ୍ତ), ତାଙ୍କ ପତ୍ନୀ କ୍ୟାଥ୍ରିନ୍ ନେଫିୟୁ(୪୫), ପୁଅ ଓଲିଭର ନେଫିୟୁ(୭), ପୂର୍ବ ପତ୍ନୀ ଏରିନ୍ ଅବ୍ରାମସନ୍ (୪୭) ଏବଂ ତାଙ୍କ ପୁଅ ଜାକୋବ ନେଫିୟୁ (୧୫) | ଘଟଣାଟି ଘଟିଛି ଆମେରିକାର ମିନେସୋଟାରେ |

ପୁଲିସର ସୂଚନା ମୁତାବକ, ଅଭିଯୁକ୍ତ ଆନ୍ଥୋନି ପ୍ରଥମେ  ପତ୍ନୀ କ୍ୟାଥ୍ରିନ୍ ଓ ପୁଅ ଓଲିଭରଙ୍କୁ ହତ୍ୟା କରିବା ପରେ ପାଖରେ ରହୁଥିବା ପୂର୍ବ ପତ୍ନୀ ଏରିନ୍ ଅବ୍ରାମସନ୍ ଏବଂ ପୁଅ ଜାକୋବଙ୍କୁ ହତ୍ୟା କରିଥିଲେ | ଏହା ପରେ ଘରକୁ ଫେରି ନିଜକୁ ଗୁଳି କରି ହତ୍ୟା କରିଥିଲେ | ଆନ୍ଥୋନି ଏଭଳି କାହିଁକି କଲେ ତାହା ସାମ୍ନାକୁ ଆସିନାହିଁ | ମାନସିକ ଅବସ୍ଥା ଭଲ ନଥିବାରୁ କୌଣସି କଥାରେ ରାଗି ସେ ଏଭଳି କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି |ଟ୍ରମ୍ପଙ୍କ ବିଜୟ ମଧ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି | ତେବେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe