Image Courtesy of Sakshi
ୱାସିଂଟନ୍: ଘର ଭିତରକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରୁଥିବା ବିଚାରି ଓହିଓର ଜଣେ ବ୍ୟକ୍ତି ତାଙ୍କ ୧୬ ବର୍ଷୀୟ ଝିଅକୁ ଗୁଳି ମାରି ହତ୍ୟା କରିଥିବା କଥା ଗୁରୁବାର ଦିନ ସ୍ଥାନୀୟ ପୁଲିସ କହିଛି।
ଅନୁପ୍ରବେଶକାରୀ ଭ୍ରମରେ ଝିଅ ଜେନ୍ ହେୟାର୍ଷ୍ଟନ୍କୁ ତା’ର ବାପା ଗୁଳି ମାରିଛନ୍ତି ଏବଂ ସେ ଗ୍ୟାରେଜ୍ରେ ପଡ଼ିଛି ବୋଲି ତା’ର ମା ବୁଧବାର ରାତି ୪.୩୦ରେ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲେ ବୋଲି ପୁଲିସ କହିଛି।
Image Courtesy of NDTVଆଞ୍ଚଳିକ ଖବରକାଗଜ ‘ଦି କଲମ୍ବସ୍ ଡିସ୍ପାଚ୍’ ରିପୋର୍ଟ ଅନୁସାରେ, ଉଠିବା ପାଇଁ ଉଭୟ ବାପାମାଆ ଗ୍ୟାରେଜ୍ରେ ପଡ଼ିଥିବା ଝିଅକୁ ପାଗଳ ଭଳି ଡାକପକାଉଥିଲେ।
ଜରୁରୀକାଳୀନ ସେବା ଟିମ୍ ଘଟଣାସ୍ଥଳରେ ପହଞ୍ଚି ହେୟାର୍ଷ୍ଟନ୍ଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେ ମୃତା ବୋଲି ସେଠାରେ ଭୋର୍୫.୪୨ରେ ଡାକ୍ତରମାନେ ଘୋଷଣା କରିଥିଲେ।
ଆଞ୍ଚଳିକ ଗଣମାଧ୍ୟମରେ ପ୍ରକାଶିତ ହେୟାର୍ଷ୍ଟନ୍ଙ୍କ ସ୍କୁଲ୍ ଡିଷ୍ଟ୍ରିକ୍ଟ୍ ଲେଖିଥିବା ନୋଟ୍ରେ ଲେଖାଯାଇଛି, ଏଭଳି କରୁଣ ମୃତ୍ୟୁରେ ଆମେ ଦୁଃଖିତ। ଏଭଳି ଦୁଃଖକୁ ସହ୍ୟ କରିବାକୁ ଆମେ ଶିକ୍ଷାର୍ଥୀ ଓ ତାଙ୍କ ପରିବାରବର୍ଗଙ୍କ ସହ ସମନ୍ବୟ ରଖିବୁ।
Follow Us