Image Courtesy of Metro
କାଲିଫର୍ଣ୍ଣିଆ: ଶ୍ବାସରୁଦ୍ଧ କରି ମାରିଥିବା ପ୍ରେମିକାଙ୍କର ଶବକୁ ଘରପଛରେ ପୋତିବା ବେଳେ ହୃଦ୍ଘାତରେ ପ୍ରେମିକଙ୍କର ମୃତ୍ୟୁ ଘଟିଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଏଜ୍ଫିଲ୍ଡ୍ କାଉଣ୍ଟି ପୁଲିସ କହିବା ଅନୁସାରେ, ଶନିବାର ସକାଳେ ୬୫ ବର୍ଷୀୟ ପ୍ରେମିକା ପାଟ୍ରିସିଆ ଡେଣ୍ଟ୍ଙ୍କୁ ହତ୍ୟା କରିବା ପୂର୍ବରୁ ୬୦ ବର୍ଷିୟ ଜୋଜେଫ୍ ମ୍ୟାକ୍କିନ୍ନୋନ୍ ତାଙ୍କ ଟେଟ୍ରୋନ୍ ୟାର୍ଡରେ ଗାତ ଖୋଳିଥିଲେ। ପ୍ରେମିକା ପାଟ୍ରିସିଆଙ୍କୁ ହତ୍ୟା କରିବା ପରେ ସେ ତାଙ୍କ ଶବକୁ ବାନ୍ଧି ‘ଟ୍ରାସ୍ ବ୍ୟାଗ୍’ରେ (ଆବର୍ଜନା ପଶୁଥିବା ଜରି) ଗୁଡ଼ାଇ ଦେଇଥିଲେ। କିନ୍ତୁ, ଘରପଛରେ ଖୋଳିଥିବା ଗାତରେ ପାଟ୍ରିସିଆଙ୍କ ଶବ ପୋତିବା କିଛି କ୍ଷଣ ପରେ ମ୍ୟାକ୍କିନ୍ନୋନ୍ ନିଜେ ହୃଦ୍ଘାତରେ ପ୍ରାଣ ହରାଇଲେ।
Image Courtesy of Fox 13 Tampa Bayଘରପଛରେ ମ୍ୟାକ୍କିନ୍ନୋନ୍ଙ୍କ ନିଶ୍ଚଳ ଶରୀର ପଡ଼ିଥିବା ଦେଖି ପଡ଼ୋଶୀମାନେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ କୌଣସି ଅଘଟଣର ସୁରାକ୍ ନ ପାଇ ପୁଲିସ ଭାବିଲା ଯେ, ସ୍ବାଭାବିକ କାରଣରୁ ମ୍ୟାକ୍କିନ୍ନୋନ୍ଙ୍କର ମୃତ୍ୟୁ ଘଟିଥାଇପାରେ।
ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ସଦ୍ୟ ଖୋଳାଯାଇଥିବା ଗାତରୁ ପାଟ୍ରିସିଆଙ୍କ ଶବ ଉଦ୍ଧାର କରିଥିଲା। ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସର ସନ୍ଦେହ ହୋଇଥିଲା। ପ୍ରମାଣ ଓ ସାକ୍ଷୀ ଯୋଗାଡ଼ କରିବା ପରେ ତଦନ୍ତକାରୀ ପୁଲିସଙ୍କର ହୃଦ୍ବୋଧ ହୋଇଥିଲା ଯେ, ଘରେ ମ୍ୟାକ୍କିନ୍ନୋନ୍ ପାଟ୍ରିସିଆଙ୍କୁ ଆକ୍ରମଣ କରି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ।
ଉଭୟ ‘ଲିଭ୍-ଇନ୍ ପାର୍ଟନର୍’ ଭାବେ ରହୁଥିଲେ ବୋଲି ପୁଲିସ କହିଛି।
Follow Us