ଏବେ ୟୁକ୍ରେନ୍‌ରେ ଯୁଦ୍ଧ କରିବା ସମୟ ନୁହେଁ ବୋଲି ପୁଟିନ୍‌ଙ୍କୁ କହିବାରୁ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ଗଣମାଧ୍ୟମ

Advertisment
ଏବେ ୟୁକ୍ରେନ୍‌ରେ ଯୁଦ୍ଧ କରିବା ସମୟ ନୁହେଁ ବୋଲି ପୁଟିନ୍‌ଙ୍କୁ କହିବାରୁ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ଗଣମାଧ୍ୟମ

Image Courtesy of The Hindu

ୱାସିଂଟନ୍‌: ଏବେ ୟୁକ୍ରେନ୍‌ ସହିତ ଯୁଦ୍ଧ କରିବାର ସମୟ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତିଙ୍କୁ କହିଥିବାରୁ ଆଜି ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ସବୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ଉଜ୍‌ବେକିସ୍ତାନର ସମରକନ୍ଦ ନଗରୀରେ ନରେନ୍ଦ୍ର ମ‌ୋଦୀ ଓ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଆଲୋଚନା ଉପରେ ପ୍ରତିଷ୍ଠିତ ଆମେରିକୀୟ ଗଣମାଧ୍ୟମ ସବୁ ବ୍ୟାପକ ଭାବେ ରିପୋର୍ଟ କରିଛନ୍ତି।

‘ୟୁକ୍ରେନ୍‌ ଯୁଦ୍ଧ ପାଇଁ ମୋଦୀ ପୁଟିନ୍‌ଙ୍କୁ ଗାଳି ଦେଲେ’ ବୋଲି ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟର ଶିରୋନାମା କରିଥିବା ବେଳେ ‘ଦି ୟୁଏସ୍‌ ଡେଲି’ ରିପୋର୍ଟ କରିଛି, ସର୍ବସାଧାରଣଙ୍କୁ ହତବାକ୍‌ କରିବା ଭଳି ଗାଳି ଦେଇ ମୋଦୀ ପୁଟିନ୍‌ଙ୍କୁ କହିଲେ: ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ମୁଁ ଫୋନ୍‌ରେ ବି ଏ କଥା ଆପଣଙ୍କୁ କହିଥିଲି।

publive-image Image Courtesy of NDTV

‘ୱାସିଂଟନ୍‌ ପୋଷ୍ଟ୍‌’ ଛାପିଥିବା ରିପୋର୍ଟରେ ଲେଖିଛି ଯେ, ମୋଦୀଙ୍କର ପୁନଃଅନୁରୋଧରୁ ଜଣାପଡୁଛି ଯେ, ୬୯ ବର୍ଷିୟ ରୁଷୀୟ ଟାଣୁଆ ନେତା ପୁଟିନ୍‌ଙ୍କ ଉପରେ ଚାରିଆଡୁ ଚାପ ପଡୁଛି।

ମୋଦୀ ଓ ପୁଟିନ୍‌ଙ୍କ ଆଲୋଚନାକୁ ମଧ୍ୟ ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ଏବଂ ‘ଦି ନ୍ୟୁୟର୍କ ଟାଇମ୍ସ୍‌’ ସେମାନଙ୍କ ୱେବ୍‌ପେଜ୍‌ର ପ୍ରମୁଖ ଖବର ଭାବେ ପ୍ରକାଶ କରିଛନ୍ତି। ଶିରୋନାମାରେ ‘ଦି ନ୍ୟୁୟର୍କ ଟାଇମ୍ସ୍‌’ ଲେଖିଛି: ଭାରତର ନେତା ପୁଟିନ୍‌ଙ୍କୁ କହିଲେ ଯେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ।

ଉଲ୍ଲେଖଯୋଗ୍ୟ, ସମରକନ୍ଦ ଆଲୋଚନା ବେଳେ ରୁଷୀୟ ରାଷ୍ଟ୍ରପତି ମୋଦୀଙ୍କୁ କହିଥିଲେ କି, ୟୁକ୍ରେନ୍‌ ସଂର୍ଘଷ ଫଳରେ ଭାରତରେ ଉପୁଜି ଥିବା ପରିସ୍ଥିତି ବିଷୟରେ ସେ ଜାଣନ୍ତି। ଯଥ‌ାଶୀଘ୍ର ସମ୍ଭବ ଆମେ ଯୁଦ୍ଧର ଅବସାନ ଘଟାଇବାକୁ ଚାହୁଁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe