ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ସ୍ବଳ୍ପ ବ୍ୟବଧାନରେ ସଂଖ୍ୟା ଗରିଷ୍ଠତା ହାସଲ କଲା ‘ରିପବ୍ଲିକାନ୍‌’

Advertisment
ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ସ୍ବଳ୍ପ ବ୍ୟବଧାନରେ ସଂଖ୍ୟା ଗରିଷ୍ଠତା ହାସଲ କଲା ‘ରିପବ୍ଲିକାନ୍‌’

Image Courtesy of India Today

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ‘ରିପବ୍ଲିକାନ୍‌ ପାର୍ଟି’ ବୁଧବାର ଦିନ ସ୍ବଳ୍ପ ବ୍ୟବଧାନରେ ‘ୟୁଏସ୍‌ ହାଉସ୍‌ ଅଫ୍‌ ରିପପ୍ରଜେନ୍‌ଟେଟିଭ୍‌’କୁ (ପ୍ରତିନିଧି ସଭା) ପୁନର୍ବାର ନିୟନ୍ତ୍ରଣ କରିଛନ୍ତି। ୨୧୮ଟି ଆସନ ଅକ୍ତିଆର କରି ‘ରିପବ୍ଲିକାନ୍‌’ ପ୍ରତିନିଧି ସଭାକୁ ନିୟନ୍ତ୍ରଣ କରିଛନ୍ତି।

‘ରିପବ୍ଲିକାନ୍‌ କଂଗ୍ରେସମ୍ୟାନ୍‌ କେବିନ୍‌ ମ୍ୟାକ୍‌କ‌ାର୍ଥି ଟୁଇଟ୍‌ କରି କହିଛନ୍ତି: ନୂତନ ଦିଗ‌ରେ ଅଗ୍ରସର ହେବାକୁ ଆମେରିକୀୟମାନେ ପ୍ରସ୍ତୁତ ଥିବା ବେଳେ ‘ହାଉସ୍‌ ରିପବ୍ଲିକାନ୍‌’ ଦିଗ୍‌ଦର୍ଶକ ହେବାକୁ ପ୍ରସ୍ତୁତ।

‘ଡିମୋକ୍ରାଟ୍‌’ ନେନ୍‌ସି ପିଲୋସିଙ୍କ ସ୍ଥାନରେ ଗୃହର ପରବର୍ତ୍ତୀ ବାଚସ୍ପତି ଭାବେ ‘ରିପବ୍ଲିକାନ୍‌’ଙ୍କ ତରଫରୁ ମ୍ୟାକ୍‌କାର୍ଥି ‘ନୋମିନି’ ହେବେ। ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

publive-image Image Courtesy of NDTV

ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବିଜୟ ଲାଭ କରିଥିବା ବିରୋଧୀ ‘ରିପବ୍ଲିକାନ୍‌’ଙ୍କୁ ବୁଧବାର ଦିନ ଅଭିନନ୍ଦନ ଜଣାଇ କହିଛନ୍ତି, ସେମାନଙ୍କ ସହିତ ମିଶି କାର୍ଯ୍ୟ କରିବା ସହିତ ଆମେରିକାବାସୀଙ୍କ ସେବା କରିବାକୁ ମୋର ଆଗ୍ରହ ଥିଲା।

ଗତ ସପ୍ତାହରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ପ୍ରତିନିଧି ସଭାରେ ‘ରିପବ୍ଲିକାନ୍‌’ ସ୍ବଳ୍ପ ବ୍ୟବଧାନରେ ବିଜୟୀ ହୋଇଥିବା କଥା ଆମେରିକାର ଗଣମାଧ୍ୟମ ପ୍ରକାଶ କରିବା ପରେ ବାଇଡେନ୍‌ କହିଛନ୍ତି, ଆମେରିକାବାସୀ ଆମଦ୍ବାରା ତାଙ୍କ ପାଇଁ ଆବଶ୍ୟକ କାମ କରାଇବାକୁ ଚାହାନ୍ତି।

‘ରିପବ୍ଲିକାନ୍‌’ ହୁଅନ୍ତୁ କି, ‌‘ଡେମୋକ୍ରେଟିକ୍‌’ ହୁଅନ୍ତୁ, କାର୍ଯ୍ୟ ହାସଲ ନିମନ୍ତେ ମୋ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ସମସ୍ତଙ୍କ ସହିତ ମୁଁ କାର୍ଯ୍ୟ କରିବି ବୋଲି ମଧ୍ୟ ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe