ଚୀନ୍‌କୁ ସତର୍କ କଲା ଆମେରିକା: ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ

Advertisment
ଚୀନ୍‌କୁ ସତର୍କ କଲା ଆମେରିକା: ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ

ୱାସିଂଟନ୍‌: ଲାଗୁ ହୋଇଥିବା କଟକଣା ଏଡ଼ାଇ ବେଜିଙ୍ଗ୍‌ ଯଦି ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କରେ ତେବେ, ନିଶ୍ଚୟ ତା’ର ପରିଣାମ ଭୋଗିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ କହିଛନ୍ତି।

publive-image Image Courtesy of Zee News

ସୂଚନାଯୋଗ୍ୟ, ଆଜି ଜେକ୍‌ ଚୀନ୍‌ର ଶ୍ରେଷ୍ଠ କୂଟନୀତିଜ୍ଞ ୟାଙ୍ଗ୍‌ ଜିୟେସିଙ୍କୁ ରୋମ୍‌ରେ ସାକ୍ଷାତ୍‌ କରିବେ।

ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ୍‌ ଆକ୍ରମଣ କରିବା ପରେ ସାମରିକ ଉପକରଣ ଦେବା ପାଇଁ ରୁଷ୍‌ ଚୀନ୍‌କୁ କହିଛି। ଏଭଳି କରି ରୁଷ୍‌ ବିପକ୍ଷରେ ପାଶ୍ଚାତ୍ୟ ଦେଶମାନେ ଲାଗୁ କରିଥିବା କଟକଣାକୁ ବେଜିଙ୍ଗ୍‌ ଅବଜ୍ଞା କରିପାରେ ବୋଲି ହ୍ବାଇଟ୍‌ ହାଉସ୍‌ ଉଦ୍‌ବିଗ୍ନ ହୋଇପଡ଼ିଥିବା କେତେକ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି।

publive-image Image Courtesy of CBC

ସବିଶେଷ ତଥ୍ୟ ନ ଦେଇ ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି, ୟାଙ୍ଗ୍‌ଙ୍କୁ ଭେଟି ସୁଲିଭାନ୍‌ ୱାସିଂଟନ୍‌ର ଉଦ୍‌ବେଗ କଥା ସ୍ପଷ୍ଟ କରାଇଦେବେ। ଯଦି ରୁଷ୍‌କୁ ସହଯୋଗ କରେ, ପରିଣାମ ସ୍ବରୂପ ଚୀନ୍‌ ମଧ୍ୟ ବିଶ୍ବରୁ ଏକଘରକିଆ ହୋଇଯିବ ବୋଲି ସେ କହିପାରନ୍ତି।

ଚୀନ୍‌କୁ ରୁଷ୍‌ ସାମରିକ ଉପକରଣ ପାଇଁ ଅନୁରୋଧ କରିଥିବା ରିପୋର୍ଟ ପ୍ରଥମେ ‘ଫାଇନାନ୍‌ସିଆଲ୍‌ ଟାଇମସ୍‌’ରେ ପ୍ରକାଶ ପାଇଥିଲା। ୱାସିଂଟନ୍‌ସ୍ଥିତ ଚୀନ୍‌ ଦୂତାବାସର ମୁଖପାତ୍ର ଲିଉ ପେ‌ଙ୍ଗ୍ୟୁଙ୍କୁ ଏ ପ୍ରସଙ୍ଗରେ ପଚରାଯିବାରୁ ସେ କହିଲେ, ମୁଁ ସେ କଥା ଶୁଣିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe