Image Courtesy of India Today
ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଚାଲିଥିବା ବେଳେ ମୁକ୍ତ ଏବଂ ଉନ୍ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ ଚଳାଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଅଧିକାରୀ ଲେଫ୍ଟନାଣ୍ଟ୍ କମାଣ୍ଡର ସିନ୍ ବ୍ରୋଫି କହିଛନ୍ତି, ୟୁଏସ୍ଏସ୍ ନିମିଜ୍ (ସିଭିଏନ୍ ୬୮) ଏବଂ ୟୁଏସ୍ଏସ୍ ରୋନାଲ୍ଡ ରିଗାନ (ସିଭିଏନ୍୭୬) ମୁକ୍ତ ଏବଂ ଉନ୍ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସମର୍ଥନ କରିବା ପାଇଁ ଦକ୍ଷିଣ ଚୀନ୍ ସାଗରରେ ଡୁଆଲ୍ କ୍ୟାରିଅର୍ ଅପରେସନ୍ (ବିମାନବାହୀ ପୋତ) ଚଳାଇଛି।
Image Courtesy of Newsdigଚୀନ୍ ସାମରିକ ଅଗ୍ରଗତି ବିରୋଧରେ ଭାରତ ସମତେ ଏସୀୟ ଅଞ୍ଚଳରେ ଥିବା ଅନ୍ୟ ଦେଶମାନଙ୍କ ପ୍ରତି ସମର୍ଥନ ସୁଦୃଢ଼ କରିବାକୁ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ଇଉରୋପରୁ ସୈନ୍ୟ ସ୍ଥାନାନ୍ତର କରିଥିଲା।
ଜର୍ମାନିରୁ କାହିଁକି ସୈନ୍ୟସଂଖ୍ୟା ହ୍ରାସ କରାଯାଉଛି ବୋଲି ପଚରା ଯିବାରୁ ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଶାସକ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର କାର୍ଯ୍ୟକଳାପ ଭାରତ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଏବଂ ଦିକ୍ଷିଣ ଚୀନ୍ ସାଗର ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ଆହ୍ବାନର ମୁକାବିଲା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ସେନା ଠିକଣା ସ୍ଥାନରେ ଅବସ୍ଥାନ କରୁଛି।
Follow Us