ଚୀନ୍‌ ସହିତ ବିବାଦ କରିବାକୁ ଚାହେଁନି ଆମେରିକା: ଜୋ ବାଇଡେନ୍‌

Advertisment
ଚୀନ୍‌ ସହିତ ବିବାଦ କରିବାକୁ ଚାହେଁନି ଆମେରିକା: ଜୋ ବାଇଡେନ୍‌

Image Courtesy of India Today

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ  ବାଇଡେନ୍‌ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା ଚୀନା ‘ସ୍ପାଏ ବେଲୁନ୍‌’କୁ ଗତ ସପ୍ତାହରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରିଦିଆଯିବା କାରଣରୁ ଉପୁଜି ଥିବା ଉତ୍ତେଜକ ବାତାବରଣ ସତ୍ତ୍ବେ ରାଷ୍ଟ୍ରପତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଖସାଇ ଦିଆଯାଇଥିବା ‘ସ୍ପାଏ ବେଲୁନ୍‌’ଟି ପାଞ୍ଚଟି ମହାଦେଶ ଉଦ୍ଦେଶ୍ୟରେ ଛଡ଼ାଯାଇଥିବା ଚୀନା ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ କହୁଛନ୍ତି।

ଟେଲିଭିଜନ୍‌ରେ ପ୍ରସାରିତ ‘ପିବିଏସ୍‌ ନେଟ୍‌ୱାର୍କ’ ସହିତ କରିଥିବା ସାକ୍ଷାତ୍‌କାର‌ ସମୟରେ ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ଆମେ ଚୀନ୍‌ ସହିତ ତୀବ୍ର ପ୍ରତିଯୋଗିତା କରିବୁ। କିନ୍ତୁ, ଆମେ ବିବାଦ କରିବାକୁ ଚାହୁଁନାହୁଁ। ଏପର୍ଯ୍ୟନ୍ତ ବି ଆମେ ବିବାଦ କରିନାହୁଁ।

publive-image Image Courtesy of Malay Mail

କିନ୍ତୁ, ଆକସ୍ମିକ ଭାବେ ଆମେରିକାକୁ ଉଡ଼ିଯାଇଥିବା ଉକ୍ତ ବେସାମରିକ ଏୟାର୍‌ସିପ୍‌କୁ ଖସାଇ ଦେଇଥିବା ଘଟଣାର ଉପଯୁକ୍ତ ଜବାବ ଦିଆଯିବ ବୋଲି ଚୀନ୍‌ କହିବା ପରେ ଉପୁଜିଥିବା ଉତ୍ତେଜନା ହ୍ରାସ କରିବା ଲାଗି ବାଇଡେନ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ବେଲୁନ୍‌ ନଷ୍ଟ ଘଟଣା ଦୁଇ ଦେଶର ସମ୍ପର୍କକୁ ବିଶେଷ କିଛି କ୍ଷତିଗ୍ରସ୍ତ କରିଛି କି, ବୋଲି ପଚରା ଯିବାରୁ ବାଇଡେନ୍‌ କହିଲେ, ନା। ‘ସ୍ପାଏ ବେଲୁନ୍‌’ ଚିହ୍ନଟ କରାଯିବାର ବହୁ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ବେଜିଙ୍ଗ୍‌ ଗସ୍ତ ସ୍ଥିର କରାଯାଇଥିଲା। ମଣ୍ଟାନା ଉପରେ ଉଡୁଥିବା ବେଲୁନ୍‌ଟି ଚୀନ୍‌ ଛାଡ଼ିଥିବା ସ୍ପାଏବେଲୁନ୍‌ ବୋଲି ପେଣ୍ଟାଗନ୍‌ ସୁନିଶ୍ଚିତ କରିବା ପରେ ବ୍ଲିଙ୍କେନ୍‌ ତାଙ୍କ ଗସ୍ତ ବାତିଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe