ଭାରତକୁ ଆସିଥିବା ଆମେରିକାର ସିଆଇଏ ଅଧିକାରୀଙ୍କ ଶରୀରରେ ଦେଖାଦେଲା 'ହଭାନା ସିଣ୍ଡ୍ରୋମ'

Advertisment
ଭାରତକୁ ଆସିଥିବା ଆମେରିକାର ସିଆଇଏ ଅଧିକାରୀଙ୍କ ଶରୀରରେ ଦେଖାଦେଲା 'ହଭାନା ସିଣ୍ଡ୍ରୋମ'

ନୂଆଦିଲ୍ଲୀ: ଆମେରିକାର ସିଆଇଏ ଅଧିକାରୀଙ୍କ ଶରୀରରେ ଦେଖାଦେଲା 'ହଭାନା ସିଣ୍ଡ୍ରୋମ'। ଜଣେ ବରିଷ୍ଠ ଅଧିକାରୀଙ୍କ ସହ ସେ ଭାରତକୁ ଯାତ୍ରା କରୁଥିବା ବେଳେ ତାଙ୍କ ଶରୀରରେ 'ହଭାନା ସିଣ୍ଡ୍ରୋମ'ର ଲକ୍ଷଣ ଦେଖାଯାଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଇଥିବା ସାମ୍ନାକୁ ଆସିଛି। ଗତ ମାସରେ ହଭାନା ସିଣ୍ଡ୍ରୋମ ସହ ଜଡିତ ଲକ୍ଷଣ ବିଷୟରେ ସୂଚନା ଦିଆଯିବା ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଭିଏତନାମର ହାନୋଇରେ ପହଞ୍ଚିବାରେ ତିନି ଘଣ୍ଟା ବିଳମ୍ବ କରିଥିଲେ।

ଆମେରିକାର ପ୍ରାୟ ୨୦୦ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ 'ହଭାନା ସିଣ୍ଡ୍ରୋମ'ରେ ପୀଡିତ ହୋଇଛନ୍ତି। ଏହି ସିଣ୍ଡ୍ରୋମ ହେଲେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ମାଇଗ୍ରେନ ଏବଂ ସ୍ମରଣଶକ୍ତି ଚାଲିଯିବା ଭଳି ଲକ୍ଷଣ ଦେଖାଯାଏ।  ଏହାର ଲକ୍ଷଣ ପ୍ରଥମେ ୨୦୧୬ରେ କ୍ୟୁବାରେ ଥିବା ଆମେରିକୀୟ ଦୂତାବାସରେ ଅବସ୍ଥାପିତ ଅଧିକାରୀଙ୍କ ଶରୀରରେ ଦେଖାଯାଇଥିଲା। ଏବେ ଏତେ ଦିନ ପରେ 'ହଭାନା ସିଣ୍ଡ୍ରୋମ' ଦ୍ବାରା ଜଣେ ଅଧିକାରୀ ଆକ୍ରାନ୍ତ ହେବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମହାମାରୀ ସମୟରେ ଯଦି 'ହଭାନା ସିଣ୍ଡ୍ରୋମ' ବେଶି ସକ୍ରିୟ ହୁଏ, ତେବେ ଏହାକୁ ନିୟନ୍ତ୍ରଣ କରିବା ଆମେରିକା ପାଇଁ କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe