ମୋଦୀଙ୍କ ନିମନ୍ତ୍ରଣର ବର୍ଷେ ପରେ ଆସନ୍ତା ମାସ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

Advertisment
ମୋଦୀଙ୍କ ନିମନ୍ତ୍ରଣର ବର୍ଷେ ପରେ ଆସନ୍ତା ମାସ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

Photo Credit: AP

ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ମାସ ଭାରତ ଆସିପାରନ୍ତି ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି। ଭାରତ ଓ ଆମେରିକାର ଅଧିକାରୀମାନେ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବା ପରେ ଟ୍ରମ୍ପ୍‌ ଫେବ୍ରୁଆରି ମାସ ଦ୍ବିତୀୟ ସପ୍ତାହରେ ଭାରତ ଆସିପାରନ୍ତି ବୋଲି ସୂଚନା ରହିଛି।

ଗତବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ ସମୟରେ ଟ୍ରମ୍ପ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦିଆଯାଇଥିଲା। ମାତ୍ର ସେ ସମୟରେ ଟ୍ରମ୍ପ୍‌ ଭାରତ ଆସିବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ। ସେ ସମୟର ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ୍‌ ଦୀର୍ଘ ବର୍ଷେ ପରେ ଭାରତ ଆସିବେ ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି। ତେବେ, ଏ ନେଇ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

publive-image BBC

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ସେପ୍ଟମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ୍‌ଙ୍କୁ ନିମନ୍ତ୍ରଣ ଦେଇ ୨୦୧୯ ଜାନୁଆରି ୨୬ ତାରିଖରେ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହୋଇ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ସେହିବର୍ଷ ଅକ୍ଟୋବର ମାସରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଖବର ଆସିଥିଲା ଯେ ନିଜର ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଟ୍ରମ୍ପ୍‌ ଭାରତ ଗସ୍ତ କରିବାକୁ ଅସମର୍ଥ। ସେ ୨୦୧୯ ମସିହା ଜାନୁଆରିରେ ଭାରତ ଯାଇପାରିବେ ନାହିଁ।

ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ଉପରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ, ‘ମୁଁ ଭାରତ ଯାଏ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ମୋର ସମୟ ଓ ସୁବିଧା କାଢ଼ି ନଶ୍ଚୟ ଭାରତ ଯାଇ ବୁଲିଆସିବି।’ ତେବେ, ଟ୍ରମ୍ପ୍‌ ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଖୁବ୍ ଶୀଘ୍ର ଭାରତ ଆସୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe