କଥା ନମାନିଲେ ୧୦୦% ଶୁଳ୍କ ଲଗାଯିବ: ଭାରତକୁ ଚେତାବନୀ ଦେଲେ ଟ୍ରମ୍ପଙ୍କ ପରାମର୍ଶଦାତା

କଥା ନମାନିଲେ ୧୦୦% ଶୁଳ୍କ ଲଗାଯିବ। ଏଭଳି କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ଭାରତକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବା ଉଚିତ।

New Project (1)

ନୂଆଦିଲ୍ଲୀ: କଥା ନମାନିଲେ ୧୦୦% ଶୁଳ୍କ ଲଗାଯିବ। ଏଭଳି କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ଭାରତକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବା ଉଚିତ। ଯଦି ଏହା ନକରେ ତେବେ ପରିଣାମ ଭଲ ହେବ ନାହିଁ। ବ୍ରିଟିଶ ଦୈନିକ ଖବରକାଗଜ 'ଦି ଗାର୍ଡିଆନ୍'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ସହଯୋଗୀ ଷ୍ଟିଫେନ୍ ମିଲର ଅଭିଯୋଗ କରିଛନ୍ତି ଯେ, ଭାରତ ରୁଷରୁ ତେଲ କିଣି ୟୁକ୍ରେନରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି।

ହ୍ୱାଇଟ୍ ହାଉସର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସବୁଠାରୁ ପ୍ରଭାବଶାଳୀ ସହଯୋଗୀଙ୍କ ମଧ୍ୟରୁ ଜଣେ, ଷ୍ଟିଫେନ୍ ମିଲର କହିଛନ୍ତି, "ଟ୍ରମ୍ପ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ରୁଷରୁ ତେଲ କିଣି ଯୁଦ୍ଧ ପାଇଁ ପାଣ୍ଠି ଯୋଗାଇବା ଗ୍ରହଣୀୟ ନୁହେଁ। ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତ ରୁଷିଆରୁ ତେଲ କିଣିବାରେ ଚୀନ୍ ସହିତ ଜଡିତ। ଏହା ଆଶ୍ଚର୍ଯ୍ୟଜନକ। ଯଦି ଭାରତ ଟ୍ରମ୍ପଙ୍କ କଥା ନ ଶୁଣେ, ତେବେ ଏହା ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଭାରତ ସମେତ ଯେଉଁ ଦେଶ ଟ୍ରମ୍ପଙ୍କ କଥା ନମାନିବେ ସେମାନଙ୍କ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ ହେବ।" 

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ, ପାକିସ୍ତାନ ଉପରେ ୧୯ ପ୍ରତିଶତ, ବାଂଲାଦେଶ ଉପରେ ୨୦ ପ୍ରତିଶତ ଏବଂ ଆଫଗାନିସ୍ତାନ ଉପରେ ୧୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହିପରି, ଅନେକ ଦେଶ ଶୁଳ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହେବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe