ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନିନ୍ଦା କଲେ ଟ୍ରମ୍ପ୍: ପାନେ ପାଇବ କି ପାକିସ୍ତାନ ? ଡୋନାଲ୍ଡ ଦେଲେ ଏମିତି ଇସାରା...

trump on attack

Photograph: (Sambad.in)

ନୂଆଦିଲ୍ଲୀ: ଆତଙ୍କୀ ହମଲାକୁ ନିନ୍ଦା କଲେ ଟ୍ରମ୍ପ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ ଏହାକୁ ଭୟଙ୍କର ଏବଂ ଭୟାନକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ସହ ତାଙ୍କର ଭଲ ସମ୍ପର୍କ ରହିଛି । ସେ ଭାରତ ସହ ଯେତିକି ଘନିଷ୍ଠ ପାକିସ୍ତାନ ସହ ମଧ୍ୟ ସେତିକି ଘନିଷ୍ଠ । ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ହଜାର ହଜାର ବର୍ଷ ଧରି ବିବାଦ ଲାଗି ରହିଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ସବୁବେଳେ ଉତ୍ତେଜନା ଲାଗିରହେ । ମୁଁ ଦୁଇ ଦେଶର ନେତାଙ୍କୁ ଜାଣେ, ସେମାନେ ଏକାଠି ହୋଇ ଏହି ବିବାଦର ସମାଧାନ କରିପାରିବେ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଟ୍ରମ୍ପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe