ସ୍କୁଲ୍‌ ଗୁଳିକାଣ୍ଡ ପାଇଁ ଟ୍ରମ୍ପ୍‌ଙ୍କ ସମାଧାନସୂତ୍ର: ଶିକ୍ଷକମାନେ ବନ୍ଧୁକ ରଖନ୍ତୁ

Advertisment
ସ୍କୁଲ୍‌ ଗୁଳିକାଣ୍ଡ ପାଇଁ ଟ୍ରମ୍ପ୍‌ଙ୍କ ସମାଧାନସୂତ୍ର: ଶିକ୍ଷକମାନେ ବନ୍ଧୁକ ରଖନ୍ତୁ

Image Courtesy of HT

ଓ୍ଵାସିଂଟନ୍‌: ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ ଗତ ସପ୍ତାହରେ ଫ୍ଲୋରିଡା ହାଇସ୍କୁଲ୍‌ରେ ଗୁଳିକାଣ୍ଡ ଭଳି ଘଟନା ରୋକିବାକୁ ଅସ୍ତ୍ରଧାରୀ ଶିକ୍ଷକମାନେ ସହାୟକ ହୋଇ ପାରିବେ।

ଫ୍ଲୋରିଡା ଗୁଳିକାଣ୍ଡରେ ନିହତଙ୍କ ପିତାମାତା ଏବଂ ବର୍ତ୍ତିଯାଇଥିବା ପିଲାମାନଙ୍କ ସହ ଏକ ଘଣ୍ଟିକିଆ ଆବେଗପୂର୍ଣ୍ଣ ବୈଠକରେ ହ୍ଵାଇଟ୍‌ହାଉସ୍‌ରେ ଟ୍ରମ୍ପ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ବୁଧବାର ଓ୍ଵାସିଂଟନ୍‌, ସିକାଗୋ ଏବଂ ପିଟ୍‌ସ୍‌ବର୍ଗ ସମେତ ଦେଶବ୍ୟାପୀ ଆୟୋଜିତ ପ୍ରତିବାଦରେ ଶହ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

କେମିତି ଅସ୍ତ୍ରଧାରୀ ଶିକ୍ଷକ ଏବଂ ନିରାପତ୍ତା ରକ୍ଷୀମାନେ ସ୍କୁଲ୍‌ ସୁଟର୍‌ମାନଙ୍କୁ ଡରାଇ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ରୋକି ପାରିବେ ସେ ସମ୍ପର୍କରେ ଦୀର୍ଘ ଭାଷଣ ଦେଇଥିଲେ ଟ୍ରମ୍ପ୍‌।

ବୈଠକରେ କେତେକ ଟ୍ରମ୍ପ୍‌ଙ୍କ ବୁଦ୍ଧିକୁ ସମର୍ଥନ କରିଥିଲେ ବି ଅନ୍ୟ କେତେକ ଶକ୍ଷକ ଅସ୍ତ୍ରଶସ୍ତ୍ର ରଖିବା କଥାକୁ ବିରୋଧ କରିଥିଲେ। ଟ୍ରମ୍ପ୍‌ ମଧ୍ୟ ବଡ଼ ଆଗ୍ରହରେ ଫ୍ଲୋରିଡା ସୁଟିଙ୍ଗ୍‌ରୁ ବର୍ତ୍ତିଯାଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ୪୦ ଲୋକଙ୍କ ଠାରୁ ଏ ସମ୍ପର୍କରେ ପ୍ରସ୍ତାବମାନ ଶୁଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe