ନଭେମ୍ବର ମାସ ପ୍ରଥମ ମଙ୍ଗଳବାରରେ କାହିଁକି ହୁଏ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ?

ଆସନ୍ତା ନଭେମ୍ବର ୫ ତାରିଖ ମଙ୍ଗଳବାର ଦିନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଆମେରିକାରେ ଗତ ୧୭୦ ବର୍ଷ ଧରି ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି। ଏହି ପରମ୍ପରା ୧୮୪୦ ମସିହାରେ ଆରମ୍ଭ ହୋଇଥିଲା ।

usa

ଓ୍ବାସିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଛି । ଆସନ୍ତା ନଭେମ୍ବର ୫ ତାରିଖ ମଙ୍ଗଳବାର ଦିନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ସେଦିନ ହେଉଛି ମଙ୍ଗଳବାର। କିନ୍ତୁ ଏହି ମାସ ଓ ବାର ଏକ ସଂଯୋଗମାତ୍ର ନୁହେଁ । ଆମେରିକାରେ ଗତ ୧୭୦ ବର୍ଷ ଧରି ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି। ଏହି ପରମ୍ପରା ୧୮୪୦ ମସିହାରେ ଆରମ୍ଭ ହୋଇଥିଲା । ୧୮୪୫ ମସିହାରେ ଆମେରିକୀୟ କଂଗ୍ରେସ ଏକ ଆଇନ ପ୍ରଣୟନ କରିଥିଲା, ଯାହା ଅଧୀନରେ ରାଷ୍ଟ୍ରପତି ନିର୍ବାଚନର ମଙ୍ଗଳବାର ପାଇଁ ନଭେମ୍ବର ପ୍ରଥମ ସପ୍ତାହ ଧାର୍ଯ୍ୟ କରାଯାଇଥିଲା ।

୧୮୪୦ ପୂର୍ବରୁ  ବିଭିନ୍ନ ଆସନ ପାଇଁ ଭିନ୍ନ ଭିନ୍ନ ଦିନରେ ମତଦାନ ହେଉଥିଲା। ସେହି ସମୟରେ ଯୋଗାଯୋଗ ଓ ପରିବହନର ବିଶେଷ ସୁବିଧା ନଥିଲା। ଗୋଟିଏ ଆସନରେ ମତଦାନ ଅନ୍ୟ ଆସନରେ ମତଦାନ ପ୍ରଭାବିତ କରିପାରେ କିମ୍ବା ମତକୁ ପ୍ରଭାବିତ କରିପାରେ ବୋଲି କୌଣସି ଆଶଙ୍କା ନଥିଲା। ତେବେ ୧୮୪୦ ମସିହା ପରେ ରେଳ, ସଡ଼କ, ଟେଲିଗ୍ରାଫ ଇତ୍ୟାଦି ପ୍ରଚଳନ ହେବା ପରେ ବିଭିନ୍ନ ଦିନରେ ମତଦାନ କରିବା ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଥିଲା। ଏହାକୁ ରୋକିବା ପାଇଁ ସମାନ ନିର୍ବାଚନ ତାରିଖ ପାଇଁ ବ୍ୟବସ୍ଥା କରାଯାଇଥିଲା।

ରାଷ୍ଟ୍ରପତି ନିର୍ବାଚନ ପାଇଁ ମାସ ଓ ଦିନ ସ୍ଥିର କରିବା ସମୟରେ ଅନେକ ଦିଗଉପରେ ବିଚାର କରାଯାଇ ନଭେମ୍ବର ମାସ ନିର୍ବାଚନ ପାଇଁ ସର୍ବୋତ୍ତମ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାରଣ ନଭେମ୍ବର ପୂର୍ବରୁ ଆମେରିକାରେ ଫସଲ ଅମଳ ହୋଇଯାଇଥାଏ ଓ କୃଷକମାନେ ପ୍ରାୟତଃ ମୁକ୍ତ ହୋଇ ଯାଇଥାନ୍ତି । ପୁଣି ନଭେମ୍ବର ମାସରେ ଅଧିକ ଥଣ୍ଡା ପଡ଼ିନଥାଏ । ତେଣୁ ନଭେମ୍ବର ମାସକୁ ନିର୍ବାଚନ ପାଇଁ ସର୍ବୋତ୍ତମ ମାସ ଭାବେ ବିବେଚନା କରାଯାଉଥିଲା। 

ଅନ୍ୟପକ୍ଷରେ ମଙ୍ଗଳବାରକୁ ବାଛିବାର କାରଣ ହେଉଛି ଯେ ଲୋକମାନେ ରବିବାର ପ୍ରାର୍ଥନା ସାରିବା ପରେ ସୋମବାର ଭୋଟ ଦାନ କେନ୍ଦ୍ରକୁ ଯାତ୍ରା ଆରମ୍ଭ କରନ୍ତି । ଭୋଟଦାନ କେନ୍ଦ୍ରଗୁଡ଼ିକ ଦୂରସ୍ଥାନରେ ଥିବାରୁ ସେଠାକୁ ପହଞ୍ଚିବାକୁ ପ୍ରାୟ ଗୋଟିଏ ଦିନ ସମୟ ଲାଗିଥାଏ । ଏଣୁ ଲୋକେ ମଙ୍ଗଳବାର ସୁଦ୍ଧା ଭୋଟଦାନ କେନ୍ଦ୍ରରେ ପହଞ୍ଚିଯାଆନ୍ତି । ଉନବିଂଶ ଶତବ୍ବୀ ଆମେରିକାରେ ବୁଧବାର ଦିନ ହାଟ ପାଳି ଥାଏ । ଏଣୁ ବୁଧବାରକୁ ଭୋଟଦାନ ପାଇଁ ବଛାଯାଇନଥିଲା । କିନ୍ତୁ ଆଜିକାଲି ଏସବୁ ସମସ୍ୟା ନଥିଲେ ବି ମଙ୍ଗଳବାର ପରମ୍ପରାକୁ ପାଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe