ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଜଳବାୟୁ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କଲେ

ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଜଳବାୟୁ ସମ୍ମିଳନୀରେ ଯୋଗଦେବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କଲେ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ୨୨-୨୩ ଆୟୋଜିତ ହେବାକୁ ଥିବା ଜଳବାୟୁ ସମ୍ମିଳନୀରେ ଯୋଗଦାନ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ବାଇଡେନଙ୍କ ଏହି ଆମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ଏବଂ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।

ଆଜି (ଶୁକ୍ରବାର) ଏଠାରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଜଳବାୟୁ ସଂପର୍କରେ ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜନ୍‌ କେରି ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଗସ୍ତରେ ଆସିବେ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଏହି ପ୍ରସ୍ତାବିତ ଜଳବାୟୁ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୪୦ ଜଣ ବିଶ୍ୱ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏନେଇ ହ୍ଵାଇଟ ହାଉସ ପୂର୍ବରୁ ମାର୍ଚ୍ଚ ୨୬ରେ ସୂଚନା ଦେଇଥିଲା। ନିଜ ନିମନ୍ତ୍ରଣରେ ନବନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଏହା ପୂର୍ବରୁ ନେତାମାନଙ୍କୁ ଏହି ସମ୍ମିଳନୀକୁ ଏକ ସୁଯୋଗ ଭାବରେ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଦେଶ କିପରି ବିଶ୍ୱର ଜଳବାୟୁ କ୍ଷେତ୍ରରେ କିପରି ସହାୟକ ହେବ ସେ ନେଇ ସମ୍ମିଳନୀରେ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe