ଆମେରିକାରେ ଗର୍ଭପାତକୁ ବାରଣ କରିଥିଲେ ସୁପ୍ରିମକୋର୍ଟ, ସମର୍ଥନ କଲେ ରାଷ୍ଟ୍ରପତି ବାଇଡେନ

Advertisment
ଆମେରିକାରେ ଗର୍ଭପାତକୁ ବାରଣ କରିଥିଲେ ସୁପ୍ରିମକୋର୍ଟ, ସମର୍ଥନ କଲେ ରାଷ୍ଟ୍ରପତି ବାଇଡେନ

ndtv

ନୂଆଦିଲ୍ଲୀ: ଜୁନ୍ ୨୪ରେ ଆମେରିକାର ସୁପ୍ରିମକୋର୍ଟ ଦୁଇଟି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ସେ ଭିତରୁ ଗୋଟିଏ ଗର୍ଭପାତ ସଂପର୍କିତ ରାୟ ଥିଲା । ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ଗର୍ଭପାତ ଲାଗି ଆମେରିକାର ସମ୍ବିଧାନ ଦେଇଥିବା ଅଧିକାରକୁ ପ୍ରତ୍ୟାହାର କରିନେଇଥିଲେ। ଏହା ଫଳରେ ଆମେରିକାର ବିଭିନ୍ନ ରାଜ୍ୟରେ ଗର୍ଭପାତ ଉପରେ ରୋକ୍ ଲାଗିପାରିବ।

ଶୁକ୍ରବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୁପ୍ରିମକୋର୍ଟ ଦେଇଥିବା ରାୟ ଦେଶରେ ଗର୍ଭପାତ ଉପରେ ନିଷେଧାଦେଶକୁ ସମର୍ଥନ କରି ଦସ୍ତାବିଜରେ ଦସ୍ତଖତ କରିଛନ୍ତି। ଅନ୍ୟପକ୍ଷରେ ଗର୍ଭପାତ କରାଇବା ମହିଳାଙ୍କର ସାମ୍ବିଧାନିକ ଅଧିକାର ନୁହେଁ ବୋଲି ଆମେରିକା ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।

ତେବେ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ବିରୋଧ କରାଯାଉଥିବା ବେଳେ ଆମେରିକାରେ ଗର୍ଭପାତ ବଟିକାର ଚାହିଦା ହଠାତ ବଢିଯାଇଥିବା ନେଇ ଖବର ମିଳିଥିଲା। ବିଭିନ୍ନ ସହରରେ ମହିଳାମାନେ କୋର୍ଟର ରାୟ ବିରୋଧରେ ବିକ୍ଷୋଭ କରିଥିଲେ। ଏହା ସହ ୱାଲ୍‌ଟ ଡିସ୍‌ନି ଓ ମେଟା ପରି ଅନେକ କମ୍ପାନି ମହିଳା କର୍ମଚାରୀଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଥିଲେ। ସେମାନେ ମହିଳା କର୍ମଚାରୀଙ୍କୁ ଗର୍ଭପାତ ସେବା ପାଇଁ ସମସ୍ତ ଯାତ୍ରା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲ।

ସୂଚନାଯୋଗ୍ୟ, ୧୯୭୩ ମସିହାର ଏକ ରୁଲିଂ ଅନୁସାରେ ଆମେରିକାରେ ଗର୍ଭପାତ ଲାଗି ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ଥିଲା। କିନ୍ତୁ ଏହି ଆଇନକୁ ଅନେକ ରକ୍ଷଣଶୀଳ ଧାର୍ମିକ ସଂଗଠନ ଓ ରିପବ୍ଲିକାନମାନେ ବିରୋଧ କରୁଥିଲେ। ଜୁନ ୨୪ରେ ଆମେରିକାର ସୁପ୍ରିମ୍‌କୋର୍ଟ ଉକ୍ତ ପୁରୁଣା ନିୟମକୁ ରଦ୍ଦ କରି ଗର୍ଭପାତ ଉପରୁ ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ଛିନ୍ନ କରିଦେଇଥିଲେ। ଏହାଦ୍ବାରା ରିପବ୍ଲିକାନ ଓ ଧାର୍ମିକ ସଂଗଠନଗୁଡ଼ିକର ବିଜୟ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe