Image Courtesy of Hindustan Times
ନୂଆଦିଲ୍ଲୀ: ଚୀନ୍ର ବର୍ଦ୍ଧିଷ୍ଣୁ ପ୍ରଭାବକୁ ମୁକାବିଲା କରିବାକୁ ଚାହୁଁଥିବା ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ଚାରିଟି ଗଣତନ୍ତ୍ରର ନେତାମାନେ ପ୍ରଥମ କରି ‘କ୍ୱାଡ୍’ ବୈଠକରେ ଯୋଗ ଦେବେ।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବୈଠକରେ ଏହା ଏକ ବୈଶିଷ୍ଟ୍ୟ ହେବ ବୋଲି ଶୁକ୍ରବାର ଦିନ ସିଡ୍ନିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ସାମ୍ବାଦିକମାନଙ୍କୁ କହିଛନ୍ତି। ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଆୟୋଜିତ ହେବ ବୋଲି ଆଶା କରାଯାଉଥିବା ଏହି ବୈଠକର ପୂର୍ଣ୍ଣ ବିବରଣୀ ଏବଂ ସମୟ ସଂକ୍ରାନ୍ତରେ ସେ କୌଣସି ସୂଚନା ଦେଇ ନାହାନ୍ତି।
Image Courtesy of NDTVସେ ଆହୁରି ମଧ୍ୟ କହିଛନ୍ତି, ଏହା ହେବ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ନିମନ୍ତେ ଗଠନମୂଳକ ଭାବେ ଏକତ୍ର କାର୍ଯ୍ୟ କରୁଥିବା ଚାରି ଦେଶର ଚାରି ନେତାଙ୍କ ବୈଠକ।
ଚୀନ୍ ସହ ବ୍ୟାବସାୟିକ ସମ୍ପର୍କର ଅବନତିରେ ସରବ୍ୟ ହୋଇଥିବା ମୋରିସନ୍ କହିଛନ୍ତି ଯେ, ଏହି ବୈଠକର ବ୍ୟବସ୍ଥା ବିଷୟରେ ସେ ଗତ କିଛି ସପ୍ତାହ ଧରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ପରେ ସମ୍ପୃକ୍ତ ନେତାମାନଙ୍କର ପ୍ରତ୍ୟକ୍ଷ ଭାବେ ଯୋଗ ଦେବେ।
Follow Us