ଚାଲିଯାଉଥିଲେ ମୋଦୀ, ଜାଣନ୍ତୁ କାହିଁକି ପିଠିରେ ହାତ ଦେଇ ଅଟକାଇଲେ ବାଇଡେନ

ଚାଲିଯାଉଥିଲେ ମୋଦୀ, ଜାଣନ୍ତୁ କାହିଁକି ପିଠିରେ ହାତ ଦେଇ ଅଟକାଇଲେ ବାଇଡେନ

ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳିଛି ଭାରତ ଓ ବଦଳିଛି ଭାରତର ଗୁରୁତ୍ୱ । ଭାରତ ବାବଦରେ କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି ଶକ୍ତିଶାଳୀ ରାଷ୍ଟ୍ର। ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଭାରତ ଋଷରୁ ତେଲ ଆଣିବା ନିଷ୍ପତ୍ତିକୁ ନେଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା କଟକଣା କଥା ଦୂରରେ ଥାଉ ବରଂ ସମାଲୋଚନା କରିବାରୁ ଦୂରେଇ ରହିଥିଲା। ପୂର୍ବରୁ ଏକ ବିକାଶଶୀଳ ଦେଶ ଭାବରେ ବିଦେଶରେ ଭାରତ ପରିଚୟ ଲାଭ କରୁଥିବା ବେଳେ ଏବେ ଭାରତର ପରିଚୟ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନଙ୍କରେ ଭାରତ ଓ ଭାରତୀୟଙ୍କର ପରିଚୟ ବଦଳିଯାଇଛି | ଅନ୍ୟ ଦେଶ ସହ ଭାରତ କାନ୍ଧରେ କାନ୍ଧ ମିଶାଇ ଚାଲିବା ଆରମ୍ଭ କରିଛି।

PM Modi

ତେବେ ଆଜି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଖୋଦ ନିଜେ ଆସୁଛନ୍ତି ଆଉ ମୋଦୀଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି | ଆମେରିକା ଭଳି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାଧାନ୍ୟ ଦେଇ ତାଙ୍କୁ ଅଭିବାଦନ ଜଣାଇଛନ୍ତି, ସେଥିରୁ ଭାରତର ଗୁରୁତ୍ବ କେତେ ବଢ଼ିଛି ତାହା ଜଣାପଡ଼ୁଛି। କେବଳ ଏତିକି ନୁହେଁ ଜି-୭ ବୈଠକରେ ମୋଦୀଙ୍କୁ ଯେଭଳି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ ବାଟ କଢେଇ ନେଉଛନ୍ତି ଓ ମୋଦୀଙ୍କ କଥାକୁ ଆଗ୍ରହର ସହକାରେ ଶୁଣୁଛନ୍ତି ତାହା ହିଁ ଭାରତର ଶକ୍ତିକୁ ପ୍ରମାଣିତ କରିଛି |

ଭିଡିଓରେ ଦେଖାଯାଇଛି ଯେ, ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସାଥି ହୋଇ ଚାଲି ଚାଲି ଯାଉଥିବା ବେଳେ ପଛରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସୁଛନ୍ତି। ଏହା ପରେ ସେ ଆସି ମୋଦୀଙ୍କ କାନ୍ଧରେ ହାତ ରଖି ତାଙ୍କୁ ଡାକୁଛନ୍ତି। ମୋଦୀ ତାଙ୍କୁ ବୁଲିପଡ଼ି ଦେଖିବା ପରେ ବାଇଡେନ ତାଙ୍କ ସହ ହାତ ମିଳାଇ ତାଙ୍କୁ ଅଭିବାଦନ ଜଣାଉଛନ୍ତି। ସେଠାରେ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଥିଲେ ବି ବାଇଡେନ ଏଭଳି ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇବାଟା ଏବେ ଭାରତବାସୀଙ୍କ ମନ କିଣିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦ୍ବିଦିବସୀୟ ଗସ୍ତରେ ଜର୍ମାନୀ ଯାଇ ମ୍ୟୁନିକରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବେ ଏବଂ ସହଯୋଗୀ ଦେଶଗୁଡ଼ିକର ନେତାମାନଙ୍କ ସହ ଶକ୍ତି, ଖାଦ୍ୟ ସୁରକ୍ଷା, ଆତଙ୍କବାଦ ସହ ମୁକାବିଲା, ପରିବେଶ ଓ ଗଣତନ୍ତ୍ର ପରି ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe