ହ୍ଵାଇଟ୍‌ ହାଉସ୍‌ରେ ଦୀପ ଜାଳି ଦୀପାବଳି ପାଳନ କଲେ ଡୋନାଲ୍ଡ ଟ୍ରମ୍ପ୍‌

ହ୍ଵାଇଟ୍‌ ହାଉସ୍‌ରେ ଦୀପ ଜାଳି ଦୀପାବଳି ପାଳନ କଲେ ଡୋନାଲ୍ଡ ଟ୍ରମ୍ପ୍‌

India Today

ଓ୍ଵାଶିଂଟନ: ଶନିବାର ଆମେରିକାର ହ୍ଵାଇଟ୍‌ ହାଉସ୍‌ରେ ଦୀପାବଳି ପାଳନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଦୀପାବଳି ପାଳନ କରିବା ସହ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରରେ ସେ ଏକ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି। ଦେଖିବାକୁ ମିଳିଛି ଯେ ଟ୍ରମ୍ପ ନିଜ ହାତରେ ଦୀପରେ ନିଆଁ ଲଗାଉଛନ୍ତି।

ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରି ଟ୍ରମ୍ପ ଲେଖିଛନ୍ତି, ‘ଯେପରି ଏ ଦୀପାବଳି ଆରମ୍ଭ ହୁଏ। ଫ୍ଲୋଟସ୍‌ ମେଲାନିଆ ଏବଂ ମୁଁ ସମସ୍ତଙ୍କୁ ଆଲୋକର ପର୍ବରେ ଶୁଭେଚ୍ଛା ଜଣାଉଛୁ।’

ଟ୍ରମ୍ପ ନିଜର ମତ ରଖି କହିଛନ୍ତି, ‘ଆମେରିକା ଏବଂ ପୂରା ବିଶ୍ୱରେ ଥିବା ହିନ୍ଦୁ, ଜୈନ, ଶିଖ୍‌ ଏବଂ ବୈଦ୍ଧ ଧର୍ମୀ ଦୀପାବଳି ଶୁଭେଚ୍ଛ। ଏହି ପବିତ୍ର ପର୍ବ ଅନ୍ଧକାର ଉପରେ ଆଲୋକର ବିଜୟ, ମନ୍ଦ ଉପରେ ଭଲର ବିଜୟ ଓ ଅଜ୍ଞାନ ଉପରେ ଜ୍ଞାନର ବିଜୟର ଦିବଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe