ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭୋଟ୍‌ ପୂର୍ବରୁ ଆଗୁଆ ମତଦାନରେ ରେକର୍ଡ

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଆମେରିକୀୟ ଭୋଟର୍‌ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ...

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଆମେରିକୀୟ ଭୋଟର୍‌ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ...

adadadeee

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଆମେରିକୀୟ ଭୋଟର୍‌ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମହଲରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି। ନଭେମ୍ବର ୫ ତାରିଖ ନିର୍ବାଚନ ଦିବସ ପୂର୍ବରୁ   ପ୍ରାରମ୍ଭିକ ମତଦାନରେ ନ୍ୟୁୟର୍କ ଏକ ରେକର୍ଡ ସୃଷ୍ଟି କରିସାରିଛି ଏବଂ ଏହା ଏବେ ବି ଜାରି ରହିଛି ବୋଲି କୁହାଯାଇଛି। ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଦିନ ଲକ୍ଷ ଲକ୍ଷ ଭୋଟର୍‌ ଆଗୁଆ ମତଦାନ କରୁଛନ୍ତି। ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ଟ୍ରାକର ତଥ୍ୟ ଅନୁଯାୟୀ, ୬୮ ନିୟୁତରୁ ଅଧିକ ଆମେରିକୀୟ ମତଦାନ କରିସାରିଲେଣି। ‘ମେଲ୍-ଇନ୍ ବାଲଟ୍’  ମାଧ୍ୟମରେ ହେଉ କିମ୍ବା  ମତଦାନ କେନ୍ଦ୍ର ମାଧ୍ୟମରେ ହେଉ, ସମଗ୍ର ଦେଶରେ ଭୋଟରମାନେ ଆଗୁଆ ମତଦାନ ବିକଳ୍ପ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଫାଇଦା ଉଠାଉଛନ୍ତି। ଆଗୁଆ ମତଦାନ ସୁବିଧା ଭୋଟରମାନଙ୍କୁ ଖରାପ ପାଣିପାଗ, ଲମ୍ବା ଧାଡ଼ି କିମ୍ବା ନିର୍ବାଚନ ଦିନ ଅପ୍ରତ୍ୟାଶିତ ସମସ୍ୟାରୁ ଦୂରେଇ ରହିବାକୁ ସୁଯୋଗ ଦେଇଥାଏ ।  

ପ୍ରାରମ୍ଭିକ ମତଦାନରେ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା ବେଳେ ଗତକାଲି ନ୍ୟୁୟର୍କ ସହରରେ ଦେଢ଼ ଲକ୍ଷରୁ ଅଧିକ ଭୋଟର୍‌ ସେମାନଙ୍କ ମତାଧିକାର ସାବସ୍ତ କରିଛନ୍ତି। ୨୦୨୦ରେ ଆଗୁଆ ମତଦାନ ପାଇଁ ୧୦୦ରୁ କମ୍ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଏହି ସଂଖ୍ୟା ଏହାଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ରହିଛି।    ମୁଖ୍ୟ ନିର୍ବାଚନ ଦିବସ ପୂର୍ବରୁ ଭୋଟର୍‌ଙ୍କ ମଧ୍ୟରେ ଏଭଳି ଉତ୍ସାହ ଚଳିତ ନିର୍ବାଚନରେ ମତଦାନ ହାରକୁ ଯଥେଷ୍ଟ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି।  ପ୍ରାରମ୍ଭିକ ମତଦାନରେ ଏହି ଅଭିବୃଦ୍ଧି ଆମେରିକୀୟ ମତଦାନ ଆଚରଣରେ ଏକ ମୌଳିକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ଏବଂ ଭବିଷ୍ୟତ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ଏହା ଅଧିକ ସୁଗମ କରବ ବୋଲି ନିର୍ବାଚନ ପରିଚାଳନା ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe