ଭିଏତନାମରେ ଆମେରିକା ରାଷ୍ଟ୍ରପତିଙ୍କ ସାମ୍ବାଦିକ ସମ୍ମିଳନୀ; ମାନବାଧିକାରକୁ ସମ୍ମାନ ଦିଅନ୍ତୁ ‌ମୋଦୀ

Advertisment

ପ୍ରେସ କନଫେରେନ୍ସ କରୁଙ୍ଗା ନା କରନେ ଦୁଙ୍ଗା: କଂଗ୍ରେସର କଟାକ୍ଷ

ପ୍ରେସ କନଫେରେନ୍ସ କରୁଙ୍ଗା ନା କରନେ ଦୁଙ୍ଗା: କଂଗ୍ରେସର କଟାକ୍ଷ

ଭିଏତନାମରେ ଆମେରିକା ରାଷ୍ଟ୍ରପତିଙ୍କ ସାମ୍ବାଦିକ ସମ୍ମିଳନୀ; ମାନବାଧିକାରକୁ ସମ୍ମାନ ଦିଅନ୍ତୁ ‌ମୋଦୀ

NewsroomPost

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜି ୨୦ ସମ୍ମିଳନୀରେ ଯୋଗ ଦେବାପରେ ଗତକାଲି ଭିଏତନାମ ଗସ୍ତ କରିଥିଲେ। ଦିଲ୍ଲୀରେ ଜି ୨୦ ସମ୍ମିଳନୀରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ। ତେବେ ଦ୍ବିପାକ୍ଷିକ ଆଲୋଚନା ବେଳେ ମୋଦୀଙ୍କ ସହିତ କେଉଁସବୁ ବିଷୟ ଉଠାଇଥିଲେ ବୋଲି ଭିଏତନାମରେ ସାମ୍ବାଦିକମାନେ ପଚାରିବାରୁ ବାଇଡେନ କହିଥିଲେ ସବୁଥର ଭଳି ଏଥର ମଧ୍ୟ ଦେଶରେ ମାନବାଧିକାରକୁ ସମ୍ମାନ, ନାଗରିକ ସମାଜର ଗୁରୁତ୍ବ ଏବଂ ମୁକ୍ତ ଗଣମା‌ଧ୍ୟମର ଭୂମିକା ସମେତ ଏକ ଦୃଢ଼ ଏବଂ ସମୃଦ୍ଧ ଦେଶ ଗଠନ ସଂପର୍କରେ ଆଲୋଚନା କରିଥିଲି। ଏଥିସହିତ ବାଇଡେନ୍‌ କହିଛନ୍ତି, ଆମେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛୁ ଏବଂ ଜି-୨୦ ବୈଠକ ସଫଳ ହୋଇଛି। ତେବେ ଭାରତରେ ସାମ୍ବାଦିକମାନେ ବାଇଡେନ ଭିଏତନାମାରେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବୃତିକୁ ନେଇ ବିରୋଧୀ କଂଗ୍ରେସ ଦଳ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଉକ୍ତ ପ୍ରସଙ୍ଗରେ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, ‘ନା ପ୍ରେସ୍‌ କନଫରେନ୍ସ କରୁଙ୍ଗା, ନା କରନେ ଦୁଙ୍ଗା।’ ମାନବ ଅଧିକାରକୁ ସମ୍ମାନ ଦେବା, ନାଗରିକ ସମାଜ ଏବଂ ମୁକ୍ତ ଗଣମାଧ୍ୟମର ଭୂମିକା ସଂପର୍କରେ ମୋଦୀଙ୍କ ମୁହଁରେ ଯାହା ବାଇଡେନ କହିଥିଲେ ତାହା ଭିଏତନାମରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୋଲି ରମେଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରମେଶ ଶୁକ୍ରବାର ଦିନ ଅଭିଯୋଗ କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌କୁ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାର ଅନୁମତି ମିଳିନଥିଲା। ରମେଶଙ୍କ ଅଭିଯୋଗ ଅନୁଯାୟୀ ରାଷ୍ଟ୍ରପତି ବାଇଡେନଙ୍କ ଟିମ୍‌ର ବାରମ୍ବାର ଅନୁରୋଧ ସତ୍ତ୍ବେ ଭାରତ ଗଣମାଧ୍ୟମକୁ ପ୍ରଶ୍ନ କରିବାର ଅନୁମତି ଦେଇନଥିଲା। କିନ୍ତୁ ବାଇଡେନ ଆସନ୍ତା ୧୧ ତାରିଖରେ ତାଙ୍କ ସହିତ ଥିବା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଏଥିରେ କିଛି ଚକିତ ହେବାର ନାହିଁ। ଏହା ମୋଦୀ ଷ୍ଟାଇଲ ଗଣତନ୍ତ୍ର ବୋଲି ରମେଶ କହିଥିଲେ। ଉଲ୍ଲେଖଯୋଗ୍ୟ, ଜି ୨୦ ବୈଠକରେ ଯୋଗଦେବା ପାଇଁ ଭାରତ ଗସ୍ତରେ ବାଇଡେନ ଆସିଥିଲେ। ତେବେ ଜି ୨୦ର ଉଦଯାପନୀ ଅଧିବେଶନ ଶେଶ ହେବା ପୂର୍ବରୁ ବାଇଡେନ ଆଗୁଆ ଭିଏତନାମ ଅଭିମୁଖେ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe