ରୁଷ୍‌ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବା ଆଶଙ୍କା ଥିବାରୁ ୟୁକ୍ରେନ୍‌କୁ ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଉଛି ଆମେରିକା

Advertisment
ଶେଷ ହୋଇଗଲାଣି ୟୁକ୍ରେନର ଅସ୍ତ୍ରଶସ୍ତ୍ର, ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯୋଜନା

Image Courtesy of Zee News

ୱାସିଂଟନ୍: ୟୁକ୍ରେନ୍‌ରେ ଯୁଦ୍ଧ କରୁଥିବା ରୁଷ୍‌ ରାସାୟନିକ କିଂବା ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଆଶଙ୍କା କରି ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌କୁ ବିଭିନ୍ନ ଜୀବନ ରକ୍ଷାକାରୀ ସାମଗ୍ରୀ ଓ ଉପକରଣ ଯୋଗାଇଦେଉଥିବା କଥା ଶୁକ୍ରବାର ଦିନ ହ୍ବାଇଟ୍‌ ହାଉସ୍‌ କହିଛି।

ସାମ୍ବାଦିକମାନଙ୍କୁ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ଜେନ୍‌ ସାକି କହିଛନ୍ତି, ରୁଷ୍‌ ରାସାୟନିକ ଅସ୍ତ୍ର ପ୍ରୟୋଗ କରିପାରେ ଏବଂ ଏଭଳି ଆକ୍ରମଣ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି କରୁଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ରାଷ୍ଟ୍ର ସତର୍କ କରାଇଦେବା ପରେ ୟୁକ୍ରେନୀୟ ସରକାରଙ୍କୁ ଗ୍ୟାସ୍‌ ମାସ୍କ୍‌ ଏବଂ ଅନ୍ୟାନ୍ୟ ସୁରକ୍ଷା ପ୍ରଦାନକାରୀ ଉପକରଣ ଯୋଗାଇ ଦିଆଯାଉଛି।

publive-image Image Courtesy of Yahoo News

ମସ୍କୋ ୟୁକ୍ରେନ୍‌ରେ ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ପରିଣତିର ମୁକାବିଲା କିଭଳି କରାଯିବ, ତାହାର ଯୋଜନା କରିବା ଲାଗି ହ୍ବାଇଟ୍‌ ହାଉସ୍‌ ଏକ ବିଶେଷଜ୍ଞ ଦଳ ଗଠନ କରିଛି ଗତ ସପ୍ତାହରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନ‌େ କହିଥିଲେ।

କିନ୍ତୁ, ରୁଷ୍‌ ଏ ଧରଣର ଆକ୍ରମଣ କରିବ ବୋଲି ହ୍ବାଇଟ୍‌ ହାଉସ୍‌ କୌଣସି ପ୍ରମାଣ ଦେଇ ପାରିନାହିଁ। ଗତ ସପ୍ତାହରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ମଧ୍ୟ କହିଥିଲେ ଯେ, ରୁଷ୍‌ ୟୁକ୍ରେନ୍‌ରେ ରାସାୟନିକ କିଂବା ଜୈବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କୌଣସି ସୁନିର୍ଦ୍ଦିଷ୍ଟ ଆଭାସ ମିଳୁନାହିଁ।

ତେଣେ, କ୍ରେମ୍‌ଲିନ୍‌ ମଧ୍ୟ ବିନା ପ୍ରମାଣରେ ଅଭିଯୋଗ କରିଥିଲା କି, ୟୁକ୍ରେନ୍‌ ରାସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ପାଇଁ ପ୍ରସ୍ତୁତି ଚଳାଉଛି। ଏହାକୁ ଖଣ୍ଡନ କରି ଯୁକ୍ତରାଷ୍ଟ୍ର ଆମେରିକା କହିଥିଲା ଯେ, ଏକଥା ମିଛ। ରୁଷ୍‌ ନିଜେ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ଏଥିରୁ ଆଭାସ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe