ଭାରତ ଓ ରୁଷିଆର ବନ୍ଧୁତ୍ଵରେ ଆମେରିକା ଖୁସି ନୁହଁ

ଭାରତ ଓ ରୁଷିଆର ବନ୍ଧୁତ୍ଵରେ ଆମେରିକା ଖୁସି ନୁହଁ

Image Courtesy:Op India

ନୂଆଦିଲ୍ଲୀ: ୩୧ ଦିନ ଧରି ଜାରି ରହିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ନିଷ୍ପତ୍ତି ଅନେକ ଦେଶକୁ ଚକିତ କରିଛି। ଭାରତର ନିଷ୍ପତ୍ତିରେ ଆମେରିକା ଚିନ୍ତିତ ତ ଅଛି; କିନ୍ତୁ ଆମେରିକା ଭାବୁଛି ସେ ଭାରତକୁ ନିଜ କଥାରେ ମନାଇବାକୁ ଦିନେ ସଫଳ ହେବ।

ହ୍ଵାଇଟ୍ ହାଉସ୍ ସିକ୍ୟୁରିଟି କାଉନସିଲରେ ଇଣ୍ଡୋ-ପେସିଫିକ୍ ଡାଇରେକ୍ଟର ମୀରା ରାପ୍ ହୁପର୍ କହିଛନ୍ତି, ଆମେ ଭାରତକୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଛୁ। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ନିନ୍ଦା କରୁଥିବା ସମସ୍ତ ପ୍ରସ୍ତାବକୁ ନେଇ ୟୁଏନଏସସିରେ ହୋଇଥିବା ଭୋଟିଂରେ ଭାରତ ଅନୁପସ୍ଥିତ ରହି ଆସିଛି। ଭାରତ ସହିତ ଚୀନ ଓ ୟୁଏଇ ବି ଭୋଟିଂରେ ଭାଗ ନେଇ ନାହାନ୍ତି।

ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଥିଲେ, ଆମେ ସଂଯୁକ୍ତ ରାଷ୍ଟ୍ରରେ ସାବଧାନ ପୂର୍ବକ ଓ ଏପରି ନିଷ୍ପତ୍ତି ନେଇଥାଉ ଯାହା ବିଚାର ଉପରେ ଆଧାରିତ ହୋଇଥାଏ। ଆମେ ନିନ୍ଦା ପ୍ରସ୍ତାବ ବିଷୟରେ ନିଶ୍ଚୟ ବିଚାର କରିବୁ କିନ୍ତୁ ନିଜ ହିତକୁ ନଜରରେ ଦେଖି ନିଷ୍ପତ୍ତି ନେବୁ।

ଏହି ସପ୍ତାହରେ ଜୋ ବାଇଡେନ ପ୍ରଶାସନର ଜଣେ ଉଚ୍ଚସ୍ତରୀୟ କୂଟନୀତିଜ୍ଞ ଭିକ୍ଟୋରିଆ ନ୍ୟୁଲ୍ୟାଣ୍ଡ ନୂଆଦିଲ୍ଲୀରେ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କୁ  ଭେଟିଥିଲେ। ଏହି ଭେଟଘାଟରେ ୟୁକ୍ରେନର ସ୍ଥିତି ନେଇ ଚର୍ଚ୍ଚା ହୋଇଥିଲା। ସଂଯୁକ୍ର ରାଷ୍ଟ୍ରରେ ଭାରତର ଭୋଟିଂକୁ ନେଇ ଚକିତ ହେଉଥିବା ଆମେରିକା ଲଗାତାର କୂଟନୀତି ଦ୍ଵାରା ଭାରତକୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe