ଆତଙ୍କବାଦୀମାନଙ୍କୁ ଘରେ ପଶି ମାରିବୁ ବୋଲି ମୋଦୀ ଓ ରାଜନାଥଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲା ଆମେରିକା

Advertisment
ଆତଙ୍କବାଦୀମାନଙ୍କୁ ଘରେ ପଶି ମାରିବୁ ବୋଲି ମୋଦୀ ଓ ରାଜନାଥଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲା ଆମେରିକା

www.ndtv.com

ୱାଶିଂଟନ୍: ଆତଙ୍କବାଦୀମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନାକୁ ଏଡ଼ାଇବା ପାଇଁ ଏବଂ ସମାଧାନ ଖୋଜିବାକୁ ଆମେରିକା ଉତ୍ସାହିତ କରୁଛି ବୋଲି ଆମେରିକାର ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର୍ ମଙ୍ଗଳବାର କହିଛନ୍ତି।

ଆତଙ୍କବାଦୀମାନଙ୍କୁ ସେମାନଙ୍କ ଘରେ ପଶି ମାରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମନ୍ତବ୍ୟରେ ବାଇଡେନ୍‌ ପ୍ରଶାସନ ଚିନ୍ତିତ କି ନାହିଁ ବୋଲି ପଚରାଯିବାରୁ ମିଲର କହିଛନ୍ତି ଯେ ମୁଁ ପୂର୍ବରୁ ବି କହିଛି ଯେ, ଆମେରିକା ସେଥିରେ ପଶିବ ନାହିଁ। ମାତ୍ର ଆମେ କେବଳ ଏତିକି ଚାହୁଁ ଯେ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକିଛି ସମାଧାନ ହୋଇଯାଉ।

ଗତ ୧୧ ତାରିଖରେ ଉତ୍ତରାଖଣ୍ଡର ଋଷିକେଶରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘‘ବିଜେପି ସରକାରର ୧୦ ବର୍ଷ ଶାସନ କାଳ ମଧ୍ୟ‌ରେ ଆତଙ୍କବାଦୀମାନଙ୍କୁ ସେମାନଙ୍କ ଘରେ ପଶି ନିପାତ କରାଯାଇଛି।’’ ଏହାବ୍ୟତୀତ ତାଙ୍କ ଶାସନକାଳ ମଧ୍ୟରେ ଆଉ ଯାହା ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି ତାହାକୁ ମଧ୍ୟ ମନେ ପକାଇ ଦେଇଥିଲେ ମୋଦୀ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ‘‘ଯଦି ପଡୋଶୀ ଦେଶ ନିଜକୁ ଅସମର୍ଥ ମନେ କରେ ତେବେ ଆତଙ୍କବାଦକୁ ରୋକିବା ପାଇଁ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଆତଙ୍କବାଦ ବ୍ୟବହାର କରି ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା କଲେ ପାକିସ୍ତାନକୁ ତାହାର ପରିଣାମ ଭୋଗିବାକୁ ପଡ଼ିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe