ଦୂରଗାମୀ ରକେଟ୍‌ ସମେତ ୟୁକ୍ରେନ୍‌ ପାଇଁ ୨ ବିଲିୟନ୍‌ ଡଲାର୍‌ ସାମରିକ ସହାୟତା ପ୍ରସ୍ତୁତି କରୁଛି ଆମେରିକା

ଦୂରଗାମୀ ରକେଟ୍‌ ସମେତ ୟୁକ୍ରେନ୍‌ ପାଇଁ ୨ ବିଲିୟନ୍‌ ଡଲାର୍‌ ସାମରିକ ସହାୟତା ପ୍ରସ୍ତୁତି କରୁଛି ଆମେରିକା

Image Courtesy of India Today

ନୂଆଦିଲ୍ଲୀ: ଦୂରଗାମୀ ରକେଟ୍‌ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସମେତ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌ ପାଇଁ ୨ ବିଲିୟନ୍‌ ଡଲାର୍‌ ମୂଲ୍ୟର ସାମରିକ ସହାୟତା ପ୍ରସ୍ତୁତି କରୁଥିବା କଥା ଦୁଇଜଣ ସରକାରୀ ଅଧିକାରୀଙ୍କଠାରୁ ସୂଚନା ସଂଗ୍ରହ କରି ‘ରଏର୍ଟସ୍‌’ ରିପୋର୍ଟ।

ଏହି ସାମରିକ ସହାୟତା ପ୍ୟାକେଜ୍‌ରେ ‘ପାଟ୍ରିୟଟ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ର ଉପକରଣ, ‘ପ୍ରିସିସିୟନ୍‌-ଗାଇଡେଡ୍‌ ମ୍ୟୁନିଟିସନ୍‌’ ଏବଂ ’ଜାଭ୍‌ଲିନ୍‌ ଆଣ୍ଟି-ଟ୍ୟାଙ୍କ୍‌ ୱିପନ୍‌ସ୍‌’ ଥିବା କଥା ଅନୁମାନ କରାଯାଉଛି। ଚଳିତ ସପ୍ତାହରେ ଉକ୍ତ ଅସ୍ତ୍ରଶସ୍ତ୍ର ବିଷୟରେ ଘୋ‌ଷଣା କରାଯିବ ବୋଲି ନାମ ଗୋପନ ରଖିବାକୁ ଅନୁରୋଧ କରିଥିବା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।

publive-image Image Courtesy of US News.com

ସେମାନଙ୍କ ମଧ୍ୟରୁ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ୧.୭୨୫ ବିଲିୟନ୍‌ ଡଲାର୍‌ ବୋଲି ଆଶା କରାଯାଉଥିବା ଏହି ପ୍ୟାକେଜ୍‌ର ଗୋଟିଏ ଅଂଶ ଆସିବ ‘ୟୁକ୍ରେନ୍‌ ସିକ୍ୟୁରିଟି ଆସିଷ୍ଟାନ୍‌ସ୍‌ ଇନିସିଏଟିଭ୍‌’  ନାମକ ପାଣ୍ଠିରୁ। ଏହି ପାଣ୍ଠିରେ ଥିବା ବ୍ୟବସ୍ଥା ଅନୁସାରେ, ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଆମେରିକାର ଗଚ୍ଛିତ ଅସ୍ତ୍ରଶସ୍ତ୍ରରୁ ନୁହେଁ, କାରଖାନାରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି‌ପାରିବେ।

ଉପରୋକ୍ତ ପାଣ୍ଠିରେ ‘ବୋଇଙ୍ଗ୍‌ କୋ’ଦ୍ବାରା ନିର୍ମିତ ‘ଗ୍ରାଉଣ୍ଡ୍‌ ଲଞ୍ଚ୍‌ଡ୍‌ ସ୍ମଲ୍‌ ଡାଏମିଟର୍‌ ବମ୍’ ଅନ୍ତର୍ଭୁକ୍ତ। ଏହି ବୋମା ୧୫୦ କିଲୋମିଟର୍‌ ଦୂରତା ଅତିକ୍ରମ କରିପାରିବ। କୁହାଯାଉଛି ୨୯୭ କିଲୋମିଟର୍‌ ଦୂର ଅତିକ୍ରମ କରୁଥିବା ‘ଏଟିଏସିଏମ୍‌ଏସ୍‌’ କ୍ଷେପଣାସ୍ତ୍ର ଦେବା ପାଇଁ ୟୁକ୍ରେନ୍‌ କରିଥିବା ଅନୁରୋଧ ଆମେରିକା ରକ୍ଷା କରିନାହିଁ।

ଏହାଛଡ଼ା, ‘ୟୁକ୍ରେନ୍‌ ସିକ୍ୟୁରିଟି ଆସିଷ୍ଟାନ୍‌ସ୍‌ ଇନିସିଏଟିଭ୍‌’ ପାଣ୍ଠିରେ ‘ହଅକ୍‌ ଏୟାର୍‌ ଡିଫେନ୍‌ସ୍‌’, ‘କାଉଣ୍ଟର୍‌ ‌ଡ୍ରୋନ୍‌ ସିଷ୍ଟମ୍‌’, ‘କାଉଣ୍ଟର୍‌ ଆର୍ଟିଲେରି’ ଏବଂ ‘ଏୟାର୍‌ ସର୍ଭିଲେନ୍‌ସ୍‌ ରାଡର୍‌’, ‘କମ୍ୟୁନିକେସନ୍‌ ଇକ୍ବିପ୍‌ମେଣ୍ଟ୍‌’, ‘ପ୍ୟୁମା ଡ୍ରୋନ୍‌’ ଓ ‘ପାଟ୍ରିଅଟ୍‌ ଏବଂ ବ୍ରେଡ୍‌ଲଇ’ ଭଳି ପ୍ରମୁଖ ସିଷ୍ଟମ୍‌ର ଯନ୍ତ୍ରାଂଶ ଖରିଦ କରାଯିବ ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe