ଇମ୍ରାନ୍‌ ଖାଁଙ୍କ ସରକାର ପତନ ପାଇଁ ‘ବିଦେଶୀ ଷଡ଼ଯନ୍ତ୍ର’ କରାଯାଇଥିବା ଦାବିକୁ ଅଗ୍ରାହ୍ୟ କଲା ଆମେରିକା

ଇମ୍ରାନଙ୍କୁ ଗିରଫ ପାଇଁ ପାକ୍‌ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ

Image Courtesy of India Today

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ୍‌ ଖାଁଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ବିଦେଶୀ ଶକ୍ତି’ଙ୍କ ସମ୍ପୃକ୍ତି ଥିବା ଦାବିକୁ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରାହ୍ୟ କରି ଦେଇଛି। ଆଜି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ।

ଇମ୍ରାନ୍‌ ଖାଁ ସରକାରର ପତନ ନିମନ୍ତେ ‘ବିଦେଶୀ ଷଡ଼ଯନ୍ତ୍ର’ କରାଯାଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଆକ୍ଷେପ କରି ତାଙ୍କ ସରକାରର ମନ୍ତ୍ରୀମାନେ ଦାବି କରିଥିବା କଥା ପାକିସ୍ତାନର କେତେକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲେ।

ପୂର୍ବରୁ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଅଭିଯୋଗ କରିଥିଲେ ଯେ, ତାଙ୍କ ସରକାରକୁ ହଟାଇବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ହୋଇଛି ବୋଲି ପ୍ରମାଣ ଥିବା ଗୋଟାଏ ଗୁପ୍ତ କୂଟନୈତିକ ଚିଠି ତାଙ୍କର ହସ୍ତଗତ ହୋଇଛି।

publive-image Image Courtesy of India TV News

ଉକ୍ତ ଚିଠିଟିକୁ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପଠାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଉକ୍ତ ଚିଠିକୁ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରକାଶ କରାଯିବ ନାହିଁ ବୋଲି ପାକିସ୍ତାନ ସରକାର କହୁଥିବା ବେଳେ ଗୁରୁବାର ଦିନ ଚିଠିରେ ଉଲ୍ଲେଖ ଥିବା କଥା ସାମ୍ବାଦିକଙ୍କୁ ଅବଗତ କରାଇଦିଆଯାଇଛି।

ଆମେରିକୀୟ ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସରକାରରେ ଘଟୁଥିବା ଘଟଣା ଉପରେ ସେମାନେ ଦୃଷ୍ଟି ରଖିଛନ୍ତି। ଗୋଟାଏ ଇ-ମେଲ୍‌ର ଉତ୍ତର ଦେଇ ଜଣେ ଆମେରିକୀୟ ମୁଖପାତ୍ର କହିଛନ୍ତି, ପାକିସ୍ତାନ‌ର ଘଟଣାବଳୀ ଉପରେ ଆମେ ତୀବ୍ର ଦୃଷ୍ଟି ରଖିଛୁ। ପାକିସ୍ତାନର ସାମ୍ବିଧାନିକ ପ୍ରକ୍ରିୟା ଏବଂ ଆଇନର ଶାସନ ପ୍ରତି ଆମର ସମ୍ମାନ ଓ ସମର୍ଥନ ଅଛି।

ତେଣେ, ପାକିସ୍ତାନର ଅନ୍ୟ ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି, ଯଦି ଇମ୍ରାନ୍‌ ଖାଁ ସରକାରକୁ ହଟାଇ ଦିଆଯାଏ ତେବେ ବୈଦେଶିକ ଶକ୍ତି ଯାହା କରିଛି ସବୁ ମାଫ୍‌ କରିଦିଆଯିବ ବୋଲି ପାକିସ୍ତାନ ଫେଡେରାଲ୍‌ ମନ୍ତ୍ରୀ ଅସାଦ୍‌ ଉମର୍‌ କହିଛନ୍ତି। ଗୁରୁତ୍ବାରୋପ କରି ସେ କହିଛନ୍ତି ଯେ, ଇମ୍ରାନ୍‌ ଖାଁଙ୍କ ରୁଷ୍ ଗସ୍ତ ଯୋଗୁଁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିରକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe