Us Removes Map Showing Pok Aksai Chin As Part Of India: ପିଓକେ-ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ର ହଟାଇଲା ଆମେରିକା

Advertisment

ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ(ୟୁଏସ୍‌ଟିଆର୍) ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ରକୁ ଡିଲିଟ୍ କରାଯାଇଛି। ଏହି ମାନଚିତ୍ରଟି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅବସରରେ ୭ ଫେବ୍ରୁଆରିରେ ପ୍ରକାଶିତ ହୋଇଥିଲା।

ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ(ୟୁଏସ୍‌ଟିଆର୍) ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ରକୁ ଡିଲିଟ୍ କରାଯାଇଛି। ଏହି ମାନଚିତ୍ରଟି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅବସରରେ ୭ ଫେବ୍ରୁଆରିରେ ପ୍ରକାଶିତ ହୋଇଥିଲା।

Us Removes Map

Us Removes Map

ୱାଶିଂଟନ: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ(ୟୁଏସ୍‌ଟିଆର୍) ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ରକୁ ଡିଲିଟ୍ କରାଯାଇଛି। ଏହି ମାନଚିତ୍ରଟି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅବସରରେ ୭ ଫେବ୍ରୁଆରିରେ ପ୍ରକାଶିତ ହୋଇଥିଲା। ଏଥିରେ ଭାରତରେ ଆମେରିକୀୟ ସାମଗ୍ରୀର ସମ୍ଭାବ୍ୟ ପ୍ରବେଶକୁ ଦର୍ଶାଯାଇଥିଲା। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନଚିତ୍ରକୁ ଡିଲିଟ୍ କରିବା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ମାନଚିତ୍ର ଚର୍ଚ୍ଚାରେ ଥିଲା

ଭାରତର ଏହି ମାନଚିତ୍ରକୁ ନେି ସୋସିଆଲ ମିଡିଆରେ ବହୁ ଆଲୋଚନା ହୋଇଥିଲା। ସେତେବେଳେ କୁହାଯାଇଥିଲା, ପିଓକେ ଓ ଅକ୍ସାଇ ଚୀନ୍‌କୁ ଭାରତ ମଧ୍ୟରେ ସାମିଲ କରି ଆମେରିକା ପାକିସ୍ତାନ ତଥା ଚୀନ୍‌କୁ ଏକ କଡ଼ା ବାର୍ତ୍ତା ଦେଇଛି। ତେବେ ଏବେ ଏହାକୁ ହଟାଇବା ପରେ, ଅନେକ ପ୍ରଶ୍ନ ଉଠାଯାଉଛି। ଏହି ମାନଚିତ୍ରଟି ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କର ଏକ୍ସ ହ୍ୟାଣ୍ଡେଳରେ ପ୍ରକାଶିତ ହୋଇଥିଲା। ଏହାକୁ ଦଶନ୍ଧି ପୁରୁଣା ଆମେରିକାର ନିରପେକ୍ଷତା ନୀତିରୁ ଏକ ପ୍ରମୁଖ ପ୍ରସ୍ଥାନ ବୋଲି ବିବେଚନା କରାଯାଇଥିଲା।

ବାଣିଜ୍ୟ ଚୁକ୍ତି ପରେ ଆମେରିକା ମାନଚିତ୍ର ପ୍ରକାଶ କରିଥିଲା

ଏହି ହ୍ୟାଣ୍ଡେଲରେ ସଦ୍ୟ ସ୍ୱାକ୍ଷରିତ ଆମେରିକା-ବାଂଲାଦେଶ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବାଂଲାଦେଶର ଏକ ମାନଚିତ୍ର ମଧ୍ୟ ପୋଷ୍ଟ କରାଯାଇଛି। ଏହା ସହିତ, ଆମେରିକା-ଆର୍ଜେଣ୍ଟିନା ବାଣିଜ୍ୟ ଚୁକ୍ତି ନେଇ ଆର୍ଜେଣ୍ଟିନାର ଏକ ମାନଚିତ୍ର ସ୍ଥାନୀତ ହୋଇଛି। କିନ୍ତୁ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିକୁ ଏଥିରେ ଭାରତର ଆଉ କୌଣସି ମାନଚିତ୍ର ନାହିଁ।

କାଶ୍ମୀର ଉପରେ ଆମେରିକାର ମତ

ଆମେରିକା ବାରମ୍ବାର ଦୋହରାଇଛି, କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯଦିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କାଶ୍ମୀର ଉପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇ ସାରିଛନ୍ତି। କିନ୍ତୁ ବର୍ତ୍ତମାନର ସ୍ଥିତି ଅନୁସାରେ ଟ୍ରମ୍ପ କହିଛନ୍ତି ଯେ, ଉଭୟ ପକ୍ଷ ସ୍ପଷ୍ଟ ଭାବରେ ଅନୁରୋଧ କଲେ ହିଁ ଆମେରିକା ଏଥିରେ ହସ୍ତକ୍ଷେପ କରିବ। ଭାରତ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସାରିଛି।

ଆହୁରି ପଢନ୍ତୁ -Trump on India-Pakistan War: ଭାରତ-ପାକିସ୍ତାନ ସଂଘର୍ଷ ବେଳେ ଶୁଳ୍କ ଧମକ ଦେଇ ପରମାଣୁ ଯୁଦ୍ଧକୁ ରୋକିଥିଲି: ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe