ଗତ ୨୦ ବର୍ଷ ହେବ ଆକାଶରେ ‘ଅଜ୍ଞାତ ଉଡ଼ନ୍ତା ଯାନ’ ଅଧିକ ଦେଖା ଦେଉଛି: ଯୁକ୍ତରାଷ୍ଟ୍ର ଆମେରିକା

Advertisment
ଗତ ୨୦ ବର୍ଷ ହେବ ଆକାଶରେ ‘ଅଜ୍ଞାତ ଉଡ଼ନ୍ତା ଯାନ’ ଅଧିକ ଦେଖା ଦେଉଛି: ଯୁକ୍ତରାଷ୍ଟ୍ର ଆମେରିକା

Image Courtesy of Live Science

ୱାସିଂଟନ୍‌: ଗତ ୨୦ ବର୍ଷ ହେବ ଆକାଶରେ ‘ଅଜ୍ଞାତ ଉଡ଼ାନ୍ତା ଯାନ’ (ୟୁଏଫ୍‌ଓ) ସଂଖ୍ୟା ବୃଦ୍ଧି ପାଇ ଚାଲିଛି ବୋଲି ମଙ୍ଗଳବାର ଦିନ ଅର୍ଦ୍ଧ ଶତାବ୍ଦୀ ପରେ ପ୍ରଥମ କରି ଆୟୋଜିତ ଜନଶୁଣାଣିରେ ସାଂସଦମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

‘ହାଉସ୍‌ ସିକ୍ୟୁରିଟ୍‌ ପାନେଲ୍‌’କୁ ନୌସେନା ଗୁଇନ୍ଦାର ଉପନିର୍ଦେଶକ ସ୍କଟ୍‌ ବ୍ରେ’ କହିଛନ୍ତି, ୨୦୦୦ ମସିହା ପ୍ରାରମ୍ଭରୁ ସେନା-ନିୟନ୍ତ୍ରିତ ତାଲିମ୍‌ ଅଞ୍ଚଳ, ତାଲିମ ରେଞ୍ଜ୍‌ ଏବଂ ଅନ୍ୟାନ୍ୟ ଚିହ୍ନିତ ଆକାଶରେ ‘ଅଜ୍ଞାତ ଉଡ଼ନ୍ତା ଯାନ’ (ୟୁଏଫ୍‌ଓ) ସଂଖ୍ୟା ବୃଦ୍ଧି ପାଉଥିବା ଦେଖୁଛୁ। କିନ୍ତୁ, ସେଗୁଡ଼ିକ ଗ୍ରହାନ୍ତରରୁ ଆସିଥିବା କଥା ଯାହା କୁହାଯାଉଛି, ‘ପେଣ୍ଟାଗନ୍‌’ ସେଭଳି କୌଣସି ପ୍ରମାଣ ପାଇନାହିଁ।

କିନ୍ତୁ, ସ‌େ ସବୁ ଗ୍ରହାନ୍ତରରୁ (ଅନ୍ୟାନ୍ୟ ଗ୍ରହ) ଆସିଥିବା କଥାକୁ ମଧ୍ୟ ବ୍ରେ’ ସମ୍ପୂର୍ଣ୍ଣ ଟାଳି ଦେଇ ନାହାନ୍ତି। ସେ କହିଛନ୍ତି, ପ୍ରକୃତିରେ ସେଗୁଡ଼ିକର ସୃଷ୍ଟି କେଉଁଠି ସେ ସମ୍ପର୍କରେ ଆମେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରୁନାହୁଁ।

publive-image Image Courtesy of iNews

ଉଲ୍ଲେଖଯୋଗ୍ୟଏ ୨୦୨୧ ଜୁନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଏକ ଦୀର୍ଘ ପ୍ରତିକ୍ଷିତ ରିପୋର୍ଟରେ କହିଥିଲା ଯେ, ଗ୍ରହାନ୍ତରରୁ ଆସିଥିବା କୌଣସି ସତ୍ତାର ପ୍ରମାଣ ଆକାଶରେ ନାହିଁ। କିନ୍ତୁ, ସେନା ବୈମାନିକମାନ‌େ ଦେଖିଥିବା ବହୁ ମହାଜାଗତିକ ଘଟଣାଗୁଡ଼ିକୁ ବୁଝାଇବା ଲାଗି ଅସମର୍ଥ ବୋଲି ଗୁଇନ୍ଦାମାନେ କହିଥିଲେ।

ସେଥିରୁ କେତେକ ଘଟଣା, ଡ୍ରୋନ୍‌ କିଂବା ପକ୍ଷୀଜନିତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ରାଡାର୍‌ ସିଷ୍ଟମ୍‌’ରୁ ଜଣାପଡ଼ିଛି। ଅନ୍ୟ କ‌େତେକ ଚୀନ୍‌ ଓ ରୁଷ୍‌ ଭଳି ଦେଶର ସାମରିକ ଉପକରଣ ପରୀକ୍ଷା ବୋଲି ଜଣାପଡ଼ିଛି।

କିନ୍ତୁ, ଏହି ସବୁ ‘ଅଜ୍ଞାତ ଉଡ଼ନ୍ତା ଯାନ ବା ସାମଗ୍ରୀ’ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର କିଛି କ୍ଷତି ହେବ କି, ନାହିଁ ତାହା ଜାଣିବା ହେଉଛି ଆମେରିକୀୟ ସେନା ଓ ଗୁଇନ୍ଦାର ଅସଲ ଉଦ୍ଦେଶ୍ୟ ବୋଲି ଇଣ୍ଡିଆନାର ‘ଡେମୋକ୍ରେଟିକ୍‌ ରିପପ୍ରସେଣ୍ଟେଟିଭ୍‌’ ଆନ୍ଦ୍ରେ କାର୍‌ସନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe