‘ଔକସ୍‌ ସୁରକ୍ଷା ସନ୍ଧି’ରେ ଭାରତ ଓ ଜାପାନକୁ ସାମିଲ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନାରାଜ

‘ଔକସ୍‌ ସୁରକ୍ଷା ସନ୍ଧି’ରେ ଭାରତ ଓ ଜାପାନକୁ ସାମିଲ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନାରାଜ

Image Courtesy of India Today

ୱାସିଂଟନ୍: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ନିକଟ ଅତୀତରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ ହୋଇଥିବା ସୁରକ୍ଷା ସହଯୋଗିତାରେ ଭାରତ କିଂବା ଜାପାନକୁ ସାମିଲ କରାଯିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି।

ସେପ୍ଟେମ୍ବର ୧୫ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏବଂ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଘୋଷଣା କରିଥିବା ତ୍ରିପାକ୍ଷିକ ସୁରକ୍ଷା ସନ୍ଧି ‘ଔକସ୍‌’ (ଏୟୁକେୟୁଏସ୍‌) ମାଧ୍ୟମରେ ଅଷ୍ଟ୍ରେଲିଆ କେତେଗୁଡ଼ିଏ ପରମାଣୁ-ଶକ୍ତି ଚାଳିତ ବୁଡ଼ାଜାହାଜ ପାଇବ।

ହ୍ବାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେନ୍‌ ସାକି ବୁଧବାର ଦିନ ତାଙ୍କର ଦୈନନ୍ଦିନ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତ ସପ୍ତାହରେ ଘୋଷିତ ‘ଔକସ୍‌’କୁ ସୂଚନା ବୋଲି ବିବେଚନା କରାଯିବା ଅନୁଚିତ। ମୋର ଯାହା ମନେହୁଏ, ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ମଧ୍ୟ ଦିଆଯାଇ ଥିବା ରାଷ୍ଟ୍ରପତିଙ୍କର ଏହି ବାର୍ତ୍ତା ଅର୍ଥ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁରକ୍ଷାରେ ଅନ୍ୟ କାହାକୁ ସାମିଲ କରାଯିବ ନାହିଁ।

publive-image Image Courtesy of The World

ସନ୍ଧିରୁ ବାଦ୍‌ ପଡ଼ିଥିବା ଫ୍ରାନ୍‌ସ୍‌ ଏକଥାକୁ ସମାଲୋଚନା କରି କହିଥିଲା ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମସ୍ତଙ୍କ ପ୍ରତି ଆହ୍ବାନ୍‌ ଥିବା ବେଳେ ଏହି ସନ୍ଧି ସମନ୍ବୟତା ଅଭାବର ପ୍ରତିଫଳନ କରୁଛି।

ଏ ପ୍ରସଙ୍ଗରେ ସାକି କହିଲେ, ଅବଶ୍ୟ ଫ୍ରାନ୍‌ସ୍‌ ସହ ହେବାକୁ ଥିବା ଆଲୋଚନାରେ ଏହା ଗୋଟାଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। କାରଣ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ଭଳି ଫ୍ରାନ୍‌ସ୍‌ର ମଧ୍ୟ ସେ ଅଞ୍ଚଳରେ ପ୍ରତ୍ୟକ୍ଷ ସ୍ବାର୍ଥ ରହିଛି।

ଚଳିତ ସପ୍ତାହରେ ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେବାକୁ ଜାପାନ ଓ ଭାରତର ନେତୃବୃନ୍ଦ ଆସୁଛନ୍ତି। ଏହି ସୁରକ୍ଷା ସନ୍ଧିରେ ସେ ଦୁଇ ଦେଶଙ୍କୁ ସାମିଲ କରାଯିବ କି, ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେବା ବେଳେ ଜେନ୍‌ ସାକି ଏ କଥା କହିଛନ୍ତି।

କିନ୍ତୁ, ଉପରୋକ୍ତ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଜେନ୍‌ ସାକି ସାମାନ୍ୟ ରହସ୍ୟ କରି କହି‌ଥିଲେ, ‘ଔକସ୍’? ତା’ହେଲେ ସେଇଟା (ଔକସ୍‌) କ’ଣ ହୋଇଯିବ? ‘ଜୌକସ୍‌’? ନା ‘ଜାୟିଔକସ୍‌’?

ସୂଚନାଯୋଗ୍ୟ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌କୁ ମୁକାବିଲା କରିବା ଉଦ୍ୟମସ୍ବରୂପ ଉପରୋକ୍ତ ‘ତ୍ରିପାକ୍ଷିକ ସୁରକ୍ଷା ସନ୍ଧି’ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe