ଇସ୍ରାଏଲ ସାମରିକ ୟୁନିଟ୍ ଉପରେ ଆମେରିକାର କଟକଣା

Advertisment

ଅନୈତିକ ଓ ନିମ୍ନ ମାନସିକତାର କାର୍ଯ୍ୟ: ଇସ୍ରାଏଲ

ଅନୈତିକ ଓ ନିମ୍ନ ମାନସିକତାର କାର୍ଯ୍ୟ: ଇସ୍ରାଏଲ

ଇସ୍ରାଏଲ ସାମରିକ ୟୁନିଟ୍ ଉପରେ ଆମେରିକାର କଟକଣା

ତେଲ୍‌ ଅଭିଭ୍‌: ପାଲେଷ୍ଟାଇନ୍ ନାଗରିକଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଆମେରିକା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ଏକ ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ଉପରେ କଠୋର କଟକଣା ଲଗାଇବାକୁ ଘୋଷଣା କରିଛି। ପ୍ରଥମ ଥର ପାଇଁ ବାଇଡେନ ପ୍ରଶାସନ ଇସ୍ରାଏଲର କୌଣସି ସାମରିକ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିବା ପରେ ଏହାକୁ ନେଇ ଇସ୍ରାଏଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ପଦକ୍ଷେପ ଅନୈତିକ ଏବଂ ଅତ୍ୟନ୍ତ ନିମ୍ନ ମାନସିକତାର ପରିଚାୟକ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ପାଲେଷ୍ଟାଇନ ବିରୋଧରେ ହିଂସା ଅଭିଯୋଗକୁ ନେଇ ‘ନେତଜା ୟେହୁଦା ବାଟାଲିୟନ’ ଅତୀତରେ ବିବାଦଘେରରେ ରହିଛି। ଗତ ୩ ମାସ ମଧ୍ୟରେ ଅନେକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ପାଇଁ ଏହି ବାଟାଲିୟନକୁ ଦାୟୀ କରାଯାଇଛି।

ତେବେ ଏହି ସେନା ୟୁନିଟ୍‌ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ଏହି ଯୋଜନାବଦ୍ଧ ପଦକ୍ଷେପକୁ ଇସ୍ରାଏଲ କଡ଼ା ସମାଲୋଚନା କରିବା ସହ ଆତଙ୍କବାଦ ବିରୋଧୀ ଲଢ଼େଇକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଇସ୍ରାଏଲକୁ ସୁରକ୍ଷିତ ରଖିବା ପାଇଁ ଆତଙ୍କବାଦକୁ ମୂଳପୋଛ କରିବା ନିମନ୍ତେ ଅଭିଯାନ ଜାରି ରହିବ ଏବଂ କୌଣସି କଟକଣା କିମ୍ବା ଅସହଯୋଗ ଆମକୁ ରୋକିପାରିବ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି। ଇସ୍ରାଏଲର ଜାତୀୟ ନିରାପତ୍ତା ମନ୍ତ୍ରୀ ଇଟାମାର ବେନ୍ ଗବୀର କହିଛନ୍ତି ଯେ ଆମ ସୈନିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଏକ ‘ରେଡ୍ ଲାଇନ୍’। ଏଭଳି କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ ଏବଂ ଯଦି ଏଥିପାଇଁ କୌଣସି ଯୋଜନା ହେଉଛି ତା’ହେଲେ ଆମେରିକା ଏଥିରୁ ତୁରନ୍ତ ଓହରିଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe