ଏହି କାରଣରୁ ପୁଟିନଙ୍କ ପ୍ରେମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

Advertisment
ଏହି କାରଣରୁ ପୁଟିନଙ୍କ ପ୍ରେମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ଆମେରିକାର ଟ୍ରେଜେରୀ ବିଭାଗ ମଙ୍ଗଳବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଟ୍ରେଜେରୀ ବିଭାଗର ବିବୃତିରେ କୁହାଯାଇଛି ଯେ, ୟୁକ୍ରେନ ବିରୋଧରେ ଯୁଦ୍ଧ କରିଥିବା ପୁଟିନଙ୍କୁ ଦଣ୍ଡ ଦେବା ପାଇଁ ଆମେରିକା ଏଭଳି ନିଷ୍ପତ୍ତି ନେଇଛି। ଯେହେତୁ ଆଲିନା ପୁଟିନଙ୍କ ପ୍ରେମିକା ତେଣୁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସୂତ୍ର ଅନୁସାରେ ୟୁକ୍ରେନ୍ ଯୁଦ୍ଧ ଭିତରେ କାବେଭାଙ୍କୁ ସ୍ବିଜରଲାଣ୍ଡ ପଠାଇ ଦିଆଯାଇଛି। ଆଲିନା କାବେଭା ପୁଟିନଙ୍କ ୟୁନାଇଟେଡ୍ ରଷିଆ ପାର୍ଟିର ସାଂସଦ ଭାବେ ଛଅବର୍ଷ କଟାଇଛନ୍ତି। ପ୍ରୋ-କ୍ରେମ୍‌ଲିନ୍ ନ୍ୟାସନାଲ ମିଡ଼ିଆ ଗ୍ରୁପ୍‌ର ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଭାବେ ସେ ୭ ବର୍ଷରୁ ଅଧିକ କାଳ ଦାୟିତ୍ବ ନିଭାଇ ଆସିଛନ୍ତି। ‘ଡେଲି ମେଲ୍’ ଅନୁସାରେ ସେ ବାର୍ଷିକ ୮ ନିୟୁତ ପାଉଣ୍ଡ ଦରମା ପାଉଥିଲେ। କାବେଭା ୨୦୦୪ ଅଲିମ୍ପିକ୍ସରେ ରିଦ୍‌ମିକ୍ ଜିମ୍ନାଷ୍ଟିକ୍ସ ପାଇଁ ସ୍ବର୍ଣ୍ଣପଦକ ପାଇଥିଲେ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ୪ ବର୍ଷ ପରେ ଅର୍ଥାତ୍‌ ୨୦୦୮ରେ ହିଁ ପୁଟିନ-କାବେଭା ପ୍ରେମ ସଂପର୍କ ଆରମ୍ଭ ହୋଇ ଯାଇଥିଲା। ରୁଷିଆର ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ସୁନ୍ଦରୀ କାବେଭାଙ୍କୁ ପ୍ରଥମ ଦେଖାରେ ହିଁ ପୁଟିନ ପ୍ରେମ କରି ବସିଥିଲେ। ସେତେବେଳେ ପୁଟିନ ତାଙ୍କଠାରୁ ବୟସରେ ପାଖାପାଖି ୩୦ ବର୍ଷ ବଡ଼ ଥିଲେ।

ହେଲେ ପୁଟିନଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କ୍ଷମତା ଜାଲରେ କାବେଭା ଫସି ଯାଇଥିଲେ। ୨୫ ବର୍ଷ ବୟସରେ ସେ ୫୫ ବର୍ଷୀୟ ପୁଟିନଙ୍କୁ ପ୍ରେମ କରି ବସିଥିଲେ। ଏପରିକି ଉଭୟ ଲୁଚି ଛପି ବିବାହ କରି ନେଇଥିବା ଏବଂ ମାତା-ପିତା ହୋଇ ସାରିଥିବା ମଧ୍ୟ କୁହାଯାଏ। ୨୦୧୪ରେ ପୁଟିନ ନିଜ ପ୍ରଥମ ପତ୍ନୀ ଲୁଦମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏହି ସଂପର୍କ ଅଧିକ ନୀବିଡ଼ ହୋଇ ଯାଇଥିବା ଜଣାପଡ଼ିଛି। ସେବେଠାରୁ ପୁଟିନ-କାବେଭା ସଂପର୍କ ରୁଷିଆ ସହ ବିଶ୍ୱ ଗଣମାଧ୍ୟମରେ ମଧ୍ୟ ଚର୍ଚାର ବିଷୟ ହୋଇ ରହି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe