ଇରାନ୍‌ର ମିସାଇଲ୍‌ ଆକ୍ରମଣ ଯୋଗୁଁ ୩୪ ଜଣ ସୈନିକଙ୍କ ମସ୍ତିଷ୍କରେ ଆଘାତ ଲାଗିଛି: ଆମେରିକା

Advertisment
ଇରାନ୍‌ର ମିସାଇଲ୍‌ ଆକ୍ରମଣ ଯୋଗୁଁ ୩୪ ଜଣ ସୈନିକଙ୍କ ମସ୍ତିଷ୍କରେ ଆଘାତ ଲାଗିଛି: ଆମେରିକା

Image Source: ABC

ଓ୍ଵାସିଂଟନ୍‌: ଏ ମାସ ପ୍ରାରମ୍ଭରେ ଇରାକ୍‌ ସାମରିକା ଆଡ୍ଡାରେ ଇରାନ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିବା କାରଣରୁ ୩୪ ଜଣ ଆମେରିକୀୟ ସୈନିକଙ୍କ ମସ୍ତିଷ୍କରେ ଆଘାତ ଲାଗିଥିବା କଥା ଶୁକ୍ରବାର ଦିନ ପେଣ୍ଟାଗନ୍‌ କହିଛି। ଏଭଳି ଆଘାତକୁ ଡାକ୍ତରୀ ଭାଷାରେ ‘ଟ୍ରମାଟିକ୍‌ ବ୍ରେନ୍‌ ଇଞ୍ଜୁରି’ କହନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ସୈନିକ ଇରାନ୍‌ର ଆକ୍ରମଣ ଦ୍ୱାରା ମୃତାହତ ହୋଇ ନ ଥିବା କଥା ରାଷ୍ଟ୍ରପତି ଟ୍ରମ୍ପ୍‌ ଏବଂ ଅନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ କହିଥିଲେ।

ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା କହିଥିଲା, ପଶ୍ଚିମ ଇରାକ୍‌ର ଆଇନ ଅଲ୍‌-ଅସାଦ ଏୟାର୍‌ବେସ୍‌ରେ ଆକ୍ରମଣ ଯୋଗୁଁ ଆହତ ହୋଇଥିବା ୧୧ ଜଣ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନିକଙ୍କ ଚିକିତ୍ସା କରାଯାଇ ଇରାକ୍‌ରୁ ସ୍ଥାନାନ୍ତର କରାଯାଇଛି।

publive-image Image Source: Hindustan Times

ପେଣ୍ଟାଗନ୍‌ର ମୁଖପାତ୍ର ଜନାଥନ୍‌ ହଫ୍‌ମ୍ୟାନ୍‌ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଚିକିତ୍ସିତ ହୋଇଥିବା ୧୭ ଜଣ ସୈନିକଙ୍କୁ ଇରାକ୍‌ସ୍ଥିତ କର୍ମକ୍ଷେତ୍ରକୁ ପଠାଇ ଦିଆଯାଇଛି।

ପୂର୍ବରୁ ଜର୍ମାନୀକୁ ନିଆଯାଇଥିବା ଆଠଜଣ ସୈନିକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ନିଆଯାଇଛି। ସେମାନଙ୍କୁ ଓ୍ଵାଲ୍‌ଟର୍‌ ରିଡ୍‌ ସାମରିକ ଡାକ୍ତରଖାନା କିଂବା ସେମାନଙ୍କର ହୋମ୍‌ ବେସ୍‌ରେ ଚିକିତ୍ସା କରାଯିବ। ଆହୁରି ନଅଜଣ ସୈନିକ ଜର୍ମାନିରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe