‘ଟିକ୍‌ଟକ୍’ ସମେତ ଚୀନର ସାମାଜିକ ଗଣମାଧ୍ୟମ ଆପ୍‌ଗୁଡ଼ିକ ନିଷେଧ କରିବାକୁ ବିଚାର କରୁଛି ଆମେରିକା

Advertisment
‘ଟିକ୍‌ଟକ୍’ ସମେତ ଚୀନର ସାମାଜିକ ଗଣମାଧ୍ୟମ ଆପ୍‌ଗୁଡ଼ିକ ନିଷେଧ କରିବାକୁ ବିଚାର କରୁଛି ଆମେରିକା

Image Courtesy of India Today

ୱାସିଂଟନ୍: ‘ଟିକ୍‌ଟକ୍’ ସମତେ ଚୀନ୍‌ର ସାମାଜିକ ଗଣମାଧ୍ୟମ ଆପ୍‌ଗୁଡ଼ିକ ନିଷେଧ କରିବାକୁ ଆମେରିକା ନିଶ୍ଚିତରୂପେ ବିଚାର କରୁଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ କହିଛନ୍ତି।

ଏକ ସାକ୍ଷାତ୍‌କାରରେ ମାଇକ୍ ପମ୍ପିଓ କହିଛନ୍ତି, ମୁଁ ରାଷ୍ଟ୍ରପତିଙ୍କ ପୂର୍ବରୁ କିଛି ଘୋଷଣା କରୁନାହିଁ, କିନ୍ତୁ ଆମେ ଏ ସମ୍ବନ୍ଧରେ ବିଚାର କରୁଛୁ।

‘ଟିକ୍‌ଟକ୍’ ବ୍ୟବହାରକାରୀଙ୍କ ଡାଟା ପରିଚାଳନା କରୁଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନେ ଜାତୀୟ ନିରାପତ୍ତା କଥାରେ ଚିନ୍ତିତ ଅଛନ୍ତି ବୋଲି କହିଥିଲେ। ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟି ଦ୍ବାରା ନିୟନ୍ତ୍ରିତ ଗୁଇନ୍ଦା ବ୍ୟବସ୍ଥାକୁ ସହଯୋଗ କରିବାକୁ ଆମେରିକାରେ ଥିବା ଚୀନ୍‌ କମ୍ପାନିମାନଙ୍କ ପାଇଁ ଚୀନ୍ ଆଇନ ପ୍ରଣୟନ କରିଥିବାରୁ ସେମାନେ ଚିନ୍ତିତ ଥିବା କଥା କହିଥିଲେ।

publive-image Image Courtesy of News18

କରୋନାଭାଇରସ୍ ସଂକ୍ରମଣ ମୁକାବିଲା, ହଙ୍ଗ୍‌କଙ୍ଗ୍‌ରେ ଚୀନ୍‌ର କର୍ଯ୍ୟକଳାପ ଏବଂ ପାଖାପାଖି ଦୁଇ ବର୍ଷ ହେବ ଚାଲିଥିବା ବ୍ୟାବସାୟଜନିତ ଯୁଦ୍ଧ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ ମଧ୍ୟରେ ବିବାଦ ତେଜୁଥିବା ବେଳେ ପମ୍ପିଓ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ନିକଟରେ ଚୀନ୍‌ର ବାଇଟ୍‌ଡ୍ୟାନ୍ସ ମାଲିକାନାରେ ଥିବା ସର୍ଟ-ଫର୍ମ ଭିଡିଓ ଆପ୍ ‘ଟିକ୍‌ଟକ୍’ ସମେତ ୫୮ଟି ଆପ୍‌କୁ ଭାରତ ନିଷେଧ କରିଛି।

ବିଳମ୍ବିତ ସୋମବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ରଏଟର୍ସ କହିଛି ଯେ, ଅଳ୍ପ ଦିନ ମଧ୍ୟରେ ହଙ୍ଗ୍‌ କଙ୍ଗ୍‌ ବଜାରରୁ ମଧ୍ୟ ଟିକ୍‌ଟକ୍ ଚାଲିଯିବ। ଚୀନ୍‌ର ନୂଆ ଜାତୀୟ ନିରାପତ୍ତା ଆଇନ୍ ପ୍ରବର୍ତ୍ତନକୁ ବିରୋଧ କରି ଆଂଶିକ-ସ୍ବୟଂଶାସିତ ସହର ହଙ୍ଗ୍‌କଙ୍ଗ୍ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe