ଅନ୍‌ଲାଇନ୍‌ କ୍ଲାସ୍‌ରେ ନାମ ଲେଖାଇ ଥିବା ବିଦେଶୀ ଶିକ୍ଷାର୍ଥୀମାନେ ଆମେରିକାରେ ରହିପାରିବେ ନାହିଁ; ପ୍ରଭାବିତ ହେବେ ଅନେକ ଭାରତୀୟ ଶିକ୍ଷାର୍ଥୀ

Advertisment
ଅନ୍‌ଲାଇନ୍‌ କ୍ଲାସ୍‌ରେ ନାମ ଲେଖାଇ ଥିବା ବିଦେଶୀ ଶିକ୍ଷାର୍ଥୀମାନେ ଆମେରିକାରେ ରହିପାରିବେ ନାହିଁ; ପ୍ରଭାବିତ ହେବେ ଅନେକ ଭାରତୀୟ ଶିକ୍ଷାର୍ଥୀ

Image Courtesy of India Today

ୱାସିଂଟନ୍: କରୋନାଭାଇରସ୍ ସଙ୍କଟ ଯୋଗୁଁ ଶରତ୍‌ଋତୁ ସୁଦ୍ଧା ଯେଉଁ ବିଦେଶୀ ଶିକ୍ଷାର୍ଥୀମାନଙ୍କର ସବୁଗୁଡ଼ିକ କ୍ଲାସ୍ ଅନ୍‌ଲାଇନ୍‌ରେ ଚାଲିଲାଣି ସେମାନଙ୍କୁ ଦେଶରେ ରହିବାକୁ ଅନୁମତି ମିଳିବ ନାହିଁ ବୋଲି ସୋମବାର ଦିନ ଯୁକ୍ତରଷ୍ଟ୍ର ଆମେରିକା କହିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ସବୁଠୁ ଅଧିକ ବିଦେଶୀ ଶିକ୍ଷାର୍ଥୀ ହେଉଛନ୍ତି ଚୀନ୍ ଦେଶର। ଦ୍ବିତୀୟ ସ୍ଥାନରେ ରହିଛି ଭାରତ, ତା’ପଛକୁ ଦକ୍ଷିଣ କୋରିଆ, ସାଉଦି ଆରବ ଓ କାନଡ଼ା।

publive-image Image Courtesy of Hindustan Times

ଏକ ବିବୃତିରେ ‘ୟୁଏସ୍ ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ ଏନ୍‌ଫୋର୍ସମେଣ୍ଟ୍‌’ କହିଛି, ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ରେ ଚାଲୁଥିବା ସ୍କୁଲ୍‌ମାନଙ୍କୁ ଯାଉଥିବା ଅଣପ୍ରବାସବାସୀ ଏଫ୍-୧ ଏବଂ ଏମ୍-୧ ଶିକ୍ଷାର୍ଥୀମାନେ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ କୋର୍ସ ଲୋଡ୍ ନେଇ ନ ପାରନ୍ତି ଓ ଯୁକ୍ତରାଷ୍ଟ୍ର ଆମେରିକାରେ ରହି ନ ପାରନ୍ତି।

ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସବୁ ପ୍ରୋଗ୍ରାମ୍‌ରେ ନାମ ଲେଖାଇଥିବା ସକ୍ରିୟ ଛାତ୍ରଛାତ୍ରୀମାନେ ଦେଶ ଛାଡ଼ିବା କିଂବା ଅନ୍ୟାନ୍ୟ ପଦକ୍ଷେପ ନେବା ଉଚିତ। ତାହା ହେଉଛି, ଦେଶରେ ଆଇନଗତ ସ୍ଥିତିରେ ରହିବାକୁ ପ୍ରତ୍ୟକ୍ଷଭାବ‌େ ଶିକ୍ଷାଦାନ ଚାଲିଥିବା ସ୍କୁଲ୍‌କୁ ବଦଳି କରାଇନେବା। ଯଦି ତାହା ନ କରନ୍ତ, ସେମାନେ ପ୍ରବାସବାସ ପରିଣାମର ସମ୍ମୁଖୀନ ହେବେ। ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ସ୍କୁଲ୍‌ରେ ନାମ ଲେଖାଇବାକୁ ସେମାନଙ୍କୁ ଭିସା ମଧ୍ୟ ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe