ଅବିଳମ୍ବେ ଭାରତକୁ ଯୋଗାଇ ଦିଆଯିବ ‘କୋଭିସିଲ୍‌ଡ୍‌’ ପାଇଁ ଆବଶ୍ୟକ ‘ଜରୁରୀ’ କଞ୍ଚାମାଲ୍‌: ଆମେରିକା

ଅବିଳମ୍ବେ ଭାରତକୁ ଯୋଗାଇ ଦିଆଯିବ ‘କୋଭିସିଲ୍‌ଡ୍‌’ ପାଇଁ ଆବଶ୍ୟକ ‘ଜରୁରୀ’ କଞ୍ଚାମାଲ୍‌: ଆମେରିକା

Image Courtesy of Mint

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଅବିଳମ୍ବେ ଯୋଗାଇ ଦିଆଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରବିବାର ଦିନ କହିଛି। ଏହି ଟିକା ଉତ୍ପାଦନ ନିମନ୍ତେ ‘ଜରୁରୀ’ ଆବଶ୍ୟକ ଥିବା ନିର୍ଦ୍ଦିଷ୍ଟ କଞ୍ଚାମାଲ୍‌ର ଉତ୍ସ ଚିହ୍ନଟ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ସୁନିଶ୍ଚିତ କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍‌ ସଲିଭାନ୍‌ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲ୍‌ଙ୍କୁ ଏ ସଂକ୍ରାନ୍ତରେ ରବିବାର ଦିନ ସୁନିଶ୍ଚିତ କରି କହିଛନ୍ତି, ଭାରତରେ କୋଭିଡ୍‌-୧୯ ରୋଗୀମାନଙ୍କ ଚିକିତ୍ସାରେ ସହାୟତା ଏବଂ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଔଷଧ, ର‍୍ୟାପିଡ୍‌ ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ୍‍ କିଟ୍‌ସ୍‌, ଭେଣ୍ଟିଲେଟର୍‌ ଏବଂ ପର୍ସନାଲ୍‌ ପ୍ରୋଟେକ୍‌ଟିଭ୍‌ ଇକ୍ୱିପ୍‌ମେଣ୍ଟ୍‌ ଅବିଳମ୍ବେ ଯୋଗାଇ ଦେବ।

publive-image Image Courtesy of The Hindu

ଏ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରିଷଦ୍‌ର ମୁଖପାତ୍ରୀ ଏମିଲି ହର୍ଣ୍ଣ ଏକ ବିବୃତି ଜାରି କରିଛନ୍ତି। ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ ଏବଂ ତାଙ୍କ ଆମେରିକୀୟ ପ୍ରତିପକ୍ଷ ଜେକ୍‌ ସଲିଭାନ୍‌ଙ୍କ ମଧ୍ୟରେ ଫୋନ୍‌ରେ ହୋଇଥିବା ଆଲୋଚନା କଥାକୁ ମଧ୍ୟ ହର୍ଣ୍ଣ ସୁନିଶ୍ଚିତ କରିଛନ୍ତି।

ଗତ ମାସରେ ମଧ୍ୟ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଏକାଧିକ ଟୁଇଟ୍‌ କରି ଭାରତରେ କୋଭିଡ୍‌-୧୯ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଆମଦାନି କରିବାକୁ ଅନୁମତି ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe