ଆମେରିକା ସ୍କୁଲରେ ଗୁଳିକାଣ୍ଡ: ୩ ପିଲାଙ୍କ ସମେତ ୬ ମୃତ

Advertisment
ଆମେରିକା ସ୍କୁଲରେ ଗୁଳିକାଣ୍ଡ: ୩ ପିଲାଙ୍କ ସମେତ ୬ ମୃତ

India Today

ୱାସିଂଟନ : ଆମେରିକାର ଏକ ସ୍କୁଲରେ ସୋମବାର ଦିନ ପୁଣି ଗୁଳିକାଣ୍ଡ ହୋଇଛି। ଟେନିସି ପ୍ରଦେଶର ରାଜଧାନୀ ନାଶଭିଲେରେ ଏକ ଘରୋଇ ଖ୍ରୀଷ୍ଟିଆନ ସ୍କୁଲରେ ୨୮ ବର୍ଷୀୟା ଜଣେ ମହିଳା ଆଖୁବୁଜା ଗୁଳି ଚଳାଇବାରୁ ୩ ଜଣ ପିଲା ଏବଂ ୩ ଜଣ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି।

ହାତରେ ଦୁଇଟି ରାଇଫଲ ଏବଂ ହ୍ୟାଣ୍ଡଗନ ଧରି ଉକ୍ତ ମହିଳା ଆକ୍ରମଣକାରୀ ସ୍କୁଲର ପାର୍ଶ୍ବ ଗେଟ୍ ଦେଇ ଭିତରକୁ ପ୍ରବେଶ କରିଥିଲା ବୋଲି ନାଶଭିଲେ ପୁଲିସ ପ୍ରବକ୍ତା ଡନ ଆରୋନ କହିଛନ୍ତି। ସୂଚନା ପାଇବାର ୧୫ ମିନିଟ ମଧ୍ୟରେ ପୁଲିସ ସ୍କୁଲରେ ପହଞ୍ଚିଥିଲା। ସଂପୃକ୍ତ ମହିଳାଙ୍କୁ ପୁଲିସ କାବୁ କରିବାକୁ ଉଦ୍ୟମ କରିବା ସମୟରେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ତାର ମୃତ୍ୟୁ ହୋଇଛି। ମହିଳା ଆକ୍ରମଣକାରୀର ଗୁଳି ଚଳାଇବାର ଉଦ୍ଦେଶ୍ୟ କ’ଣ ତାହା ଏବେ ଜଣାପଡ଼ି ନାହିଁ। ଗୁଳିକାଣ୍ଡ ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ଏବଂ କର୍ମଚାରୀମାନେ ବିଦ୍ୟାଳୟ ବାହାରକୁ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe