ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

Advertisment
ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

Image Source: BT.com

ନୂଆଦିଲ୍ଲୀ: ବେଙ୍ଗ ଭ୍ରୂଣର ଟୁକୁରାକୁ ବ୍ୟବହାର କରି ଆମେରିକୀୟ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଜୀବନ୍ତ ରୋବଟ୍‌ ବା ‘ଜେନୋବଟ୍‌’ ତିଆରି କରିଛନ୍ତି। ଏହାଦ୍ୱାରା ମଣିଷ ଶରୀର ମଧ୍ୟରେ ଔଷଧ ଭର୍ତ୍ତି କରାଇବା, ରେଡିଓଆକ୍ଟିଭ୍‌ ଆବର୍ଜ୍ଜନା ପରିଷ୍କାର କରାଇବା ଏବଂ ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍‌ ଗୋଟାଇବା ଆଦି କାର୍ଯ୍ୟ କରିହେବ। ମଣିଷ ଧମନୀରେ ଜମାଟ ବାନ୍ଧିଥିବା ପଳଖାକୁ ମଧ୍ୟ ଏହା କୋରି ପରିଷ୍କାର କରିପାରିବ।

ଏହି ରୋବୋଟ୍‌ର ପ୍ରସ୍ତ ମାତ୍ର ଏକ ମିଲିମିଟର୍‌। ଗୋଟାଏ ବେଙ୍ଗ ଭ୍ରୂଣରୁ ଅଣାଯାଇଥିବା ଦୁଇଟି ଭିନ୍ନ ପ୍ରକାରର ଜୀବକୋଷକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏକତ୍ର ସିଲାଇ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଫଳରେ ଏହି ରୋବଟ୍‌ଟି ଆପଣାଛାଏଁ ଲକ୍ଷସ୍ଥଳକୁ ଯାଇ ନିର୍ଦ୍ଧାରିତ କାର୍ଯ୍ୟ କରି ପାରିବ।

publive-image Image Source: Science Alert

ଯୁକ୍ତରାଷ୍ଟ୍ର ଆମେରିକାର ବର୍‌ମଣ୍ଟ୍‌ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍‌ ବୈଜ୍ଞାନିକ ଏବଂ ରୋବଟିକ୍‌ ବିଶେଷଜ୍ଞ ଜୋସୁଆ ବନ୍‌ଗାର୍ଡ କହନ୍ତି: ଏଗୁଡ଼ିକ ଅଭିନବ ମେସିନ୍‌। ପାରମ୍ପରିକ ରୋବଟ୍‌ ନୁହନ୍ତି କି, କୌଣସି ଜଣାଶୁଣା ପ୍ରାଣୀର ପ୍ରଜାତି ନୁହନ୍ତି। ଏହା ମଣିଷ ତିଆରି ଗୋଟାଏ ନୂଆ ଶ୍ରେଣୀର ଜିନିଷ। ଗୋଟାଏ ଜୀବନ୍ତ, ପ୍ରୋଗ୍ରାମିଙ୍ଗ୍‌ କରିହେଉଥିବା ସତ୍ତା ବା ଜୀବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe