୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ନିମନ୍ତେ ଭାରତରେ ପହଞ୍ଚିଲେ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର୍‌

Advertisment
୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ନିମନ୍ତେ ଭାରତରେ ପହଞ୍ଚିଲେ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର୍‌

Image Courtesy of Hindustan Times

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ୨+୨ ପ୍ରତିନିଧିସ୍ତରୀୟ ବା ମନ୍ତ୍ରୀସ୍ତରୀୟ ଆଲୋଚନା ଲାଗି ଟ୍ରମ୍ପ୍‌ ପ୍ରଶାସନର ଦୁଇଜଣ ଶୀର୍ଷସ୍ତରୀୟ ଅଧିକାରୀ, ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର୍‌ ଦୁଇଦିନିଆ ଗସ୍ତରେ ଆସି ଆଜି ଅପରାହ୍ଣରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଏସ୍ପର୍‌ ଓ ପମ୍ପିଓଙ୍କର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ସଚିବ ଆଜି ବିଳମ୍ବିତ ଅପରାହ୍ଣରେ ସେମାନଙ୍କ ଭାରତୀୟ ପ୍ରତିପକ୍ଷମାନଙ୍କ ସହ ପୃଥକ୍ ଭାବେ ଦ୍ବିପାକ୍ଷିକ ଆଲୋଚନା କରିବେ। ଫଳରେ କୂଟନୀତି ଏବଂ ପ୍ରତିରକ୍ଷା ‌କ୍ଷେତ୍ରରେ ଭାରତ-ଆମେରିକା ଦ୍ବିପାକ୍ଷିକ ସହଯୋଗକୁ ଉଭୟ ପକ୍ଷ ସମୀକ୍ଷା ଓ ମୂଲ୍ୟାୟନ କରିପାରିବେ। ଦୁହିଁଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ନୈଶ୍ୟଭୋଜି ଆୟୋଜନ କରାଯାଇଛି। ଟ୍ରମ୍ପ୍‌ଙ୍କ ଶାସନକାଳ ମଧ୍ୟରେ ଏହା ହେଉଛି ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓଙ୍କର ଚତୁର୍ଥ ଭାରତ ଗସ୍ତ ।

publive-image Image Courtesy of Hindustan Times

ମଙ୍ଗଳବାର ସକାଳେ ଆନୁଷ୍ଠାନିକଭାବେ ୨+୨ ବୈଠକ ନିମନ୍ତେ ସମୟ ନିର୍ଦ୍ଧାରଣ କରାଯାଇଛି। ଆଞ୍ଚଳିକ ନିରାପତ୍ତା ସହଯୋଗ, ପ୍ରତିରକ୍ଷା ସୂଚନା ଆଦାନପ୍ରଦାନ, କୋଭିଡ୍-୧୯ ମୁକାବିଲା ଲାଗି ଜନସ୍ବାସ୍ଥ୍ୟ ସହଯୋଗିତା, ଅର୍ଥନୈତିକ ସହଯୋଗ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମିଳିତ କାର୍ଯ୍ୟ ସମେତ ବୈଶ୍ବିକ ସହଯୋଗ ପ୍ରସଙ୍ଗରେ ଏହି ବୈଠକରେ ଆଲୋକପାତ କରାଯିବ ବୋଲି ଆଶା କରାଯାଉଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦୁଇ ଆମେରିକୀୟ ପ୍ରତିନିଧି ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe