Representational image
ନ୍ୟୂୟର୍କ: ଇରାନରୁ ଭେନେଜୁଏଲାକୁ ଅଶୋଧିତ ତେଲ ପରିବହନ କରୁଥିବା କରୁଥିବା ୪ଟି ଟ୍ୟାଙ୍କରକୁ ଆମେରିକା ଜବତ କରିଛି। ଆମେରିକାର ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ ଇରାନ ଏବଂ ଭେନେଜୁଏଲା ଉପରେ କଟକଣା ଲାଗୁ କରାଯାଇଛି | ଏହି ଦୁଇ ଦେଶ ଉପରେ ଚାପ ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଭେନେଜୁଏଲାରେ ଥିବା ଇରାନର ରାଷ୍ଟ୍ରଦୂତ ହୋଜାଦ ସୁଲତାନି ଗୁରୁବାର ଟ୍ୱିଟ୍ କରି କହିଛନ୍ତି ଯେ ଜବତ ହୋଇଥିବା ଟ୍ୟାଙ୍କରର ମାଲିକ ଇରାନର ନୁହଁନ୍ତି। ସୁଲତାନି କହିଛନ୍ତି ଯେ ଏହା ଆମେରିକା ମିଛ କଥା କହୁଛି |
ଏଠାରେ ସୂଚନା ଥାଉ କି ଇରାନର ରିଭୋଲ୍ୟୁସନରି ଗାର୍ଡ କର୍ପସକୁ ଆମେରିକା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ତେବେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଅପରେସନରେ ସାମରିକ ବଳର ବ୍ୟବହାର କରାଯାଇ ନାହିଁ। ସେ କହିଛନ୍ତି ଯେ ଟ୍ୟାଙ୍କରଗୁଡିକ ଜବତ କରାଯାଇ ନାହିଁ, ବରଂ ଆମେରିକା କର୍ତ୍ତୃପକ୍ଷ ଟ୍ୟାଙ୍କର ମାଲିକ ଏବଂ କ୍ୟାପଟେନଙ୍କୁ ଚେତାବନୀ ଦେବା ପରେ ସେମାନେ ଆମେରିକାକୁ ଏହା ଦେଇଦେଇଛନ୍ତି |
ଆମେରିକାର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଡଙ୍ଗା କିମ୍ବା ସେମାନଙ୍କ ଜିନିଷ କେଉଁଠାରେ ଅଛି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଏଠାରେ ସୂଚନା ଥାଉ କି ଚାରିଟି ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଭେନେଜୁଏଲାକୁ ୧.୧ ମିଲିୟନ ବ୍ୟାରେଲ ତେଲ ନେଇ ଆସୁଥିଲେ । ଏହି ଟ୍ୟାଙ୍କର୍ ଗୁଡିକ ଦକ୍ଷିଣ ଆମେରିକୀୟ ଦେଶର ସମୁଦ୍ର ପଥରେ ନିଖୋଜ ହୋଇଯାଇଥିଲେ | ଯାହା ପରେ ଆମେରିକା ଜବତ କରିବା ଜଣାପଡିଥିଲା |
Follow Us