The Economic Times
ମସ୍କୋ : ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ କିଭଳି ନିଆଁରେ ଘିଅ ଢ଼ାଳୁଛନ୍ତି ତାହାର ଆଉ ଏକ ପ୍ରମାଣ ଆଜି ସାମ୍ନାକୁ ଆସିଛି। ଆମେରିକାର ସିନେଟର ଲିଣ୍ଡ୍ସେ ଗ୍ରାହମ ଏକ ଟେଲିଭିଜନ୍ ଲାଇଭ୍ କାର୍ଯ୍ୟକ୍ରମରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ବାନ ଦେଇଛନ୍ତି। ଆମେରିକୀୟ ସାଂସଦଙ୍କ ଏଭଳି ବୟାନକୁ ନେଇ ରୁଷ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଅପରାଧିକ କାର୍ଯ୍ୟ ବାବଦରେ ଆମେରିକା ତା’ର ଆଭିମୁଖ୍ୟ ଜଣାଉ ବୋଲି ରୁଷ୍ ବିଦେଶ ମନ୍ତ୍ରାଳୟ କହିଛି।
ଆମେରିକାରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ମଧ୍ୟ ଆମେରିକାଠାରୁ ଏହି ବୟାନ ନେଇ ଆନୁଷ୍ଠାନିକ ସଫେଇ ଦାବି କରିଛନ୍ତି। ଗ୍ରାହମ ତାଙ୍କ ବୟାନରେ କହିଥିଲେ ଯେ ପୁଟିନଙ୍କୁ ହତ୍ୟା କଲେ ହିଁ ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ ହୋଇପାରିବ।
Follow Us