Image Courtesy of NDTV
କାଇରୋ: ଲୋହିତ ସାଗରରେ ମସ୍କ୍ କଣ୍ଟେନର୍ ଜାହାଜ ଉପରେ ଇରାନ୍ ସମର୍ଥିତ ହାଉତୀ ଉଗ୍ରବାଦୀମାନେ କରିଥିବା ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ଆମେରିକୀୟ ହେଲିକପ୍ଟର୍ଗୁଡ଼ିକ ହାଉତୀର ତିନୋଟି ଛୋଟ ଜାହାଜ ବୁଡ଼ାଇ ଦେବା ସହିତ ୧୦ଜଣ ହାଉତୀ ଉଗ୍ରବାଦୀଙ୍କୁ ହତ୍ୟା କରିଥିବା କଥା ରବିବାର ଦିନ ଆମେରିକୀୟ, ମସ୍କ୍ ଓ ହାଉତୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ରବିବାର ୩.୩୦ରେ ଆରମ୍ଭ ହୋଇଥିବା ଏହି ନୌଯୁଦ୍ଧ ସମୟରେ ଆକ୍ରମଣକାରୀମାନେ ସିଙ୍ଗାପୁରରେ ପଞ୍ଜୀକୃତ ହୋଇଥିବା ମସ୍କ୍ ହାଙ୍ଗ୍ଜୌ ଜାହାଜକୁ ଚଢ଼ି ଆସିଥିଲେ ବୋଲି ମସ୍କ୍ ଓ ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍ (ସେଣ୍ଟ୍କମ୍) କହିଛି।
‘ସେଣ୍ଟ୍କମ୍’ କହିଛି, ‘ବିପଦକାଳୀନ’ ସଙ୍କେତ ପାଇବା ପରେ ‘ୟୁଏସଏସ୍ ଆଇସେନ୍ହାୱର୍’ ଓ ‘ୟୁଏସ୍ଏସ୍ ଗ୍ରେଭ୍ଲି’ ମସ୍କ୍ ହାଙ୍ଗ୍ଜୌ ଜାହାଜର ସୁରକ୍ଷା ଟିମ୍ଙ୍କ ସହିତ ମିଶି ଉଗ୍ରବାଦୀମାନଙ୍କୁ ତଡ଼ିବାକୁ ଉଦ୍ୟମ କରିଥିଲେ।
Image Courtesy of Navy Timesମସ୍କ୍ କହିଛି, ଆକ୍ରମଣ ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଲୋହିତ ସାଗରରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରଖାଯାଇଛି।
ହାଉତୀମାନଙ୍କ ମୁଖପାତ୍ର କହିଛନ୍ତି, ଉକ୍ତ ଜାହାଜର ନାବିକମାନେ ଚେତାବନୀକୁ ବେଖାତିର କରିବାରୁ ଆମେ ଆକ୍ରମଣ କଲୁ। କିନ୍ତୁ, ଲୋହିତ ସାଗରରେ ଆମ ଛୋଟ ଛୋଟ ଜାହାଜଗୁଡ଼ିକୁ ଆମେରିକା ସେନା ଆକ୍ରମଣ କରିବାରୁ ୧୦ଜଣ ହାଉତୀ ନୌସେନା କର୍ମଚାରୀ ‘ମୃତ ଓ ନିଖୋଜ’ ହୋଇଯାଇଛନ୍ତି।
ଆକ୍ରମଣରୁ ବର୍ତ୍ତି ଯାଇଥିବା ୪ର୍ଥ ଜାହାଜ କହିଛି, ଆମେରିକୀୟ ଯୁଦ୍ଧ ଜାହାଜ ‘ୟୁଏସଏସ୍ ଆଇସେନ୍ହାୱର୍’ ଓ ‘ୟୁଏସ୍ଏସ୍ ଗ୍ରେଭ୍ଲି’ରୁ ଉଡ଼ାଣ ଆରମ୍ଭ କରିଥିବା ହେଲିକପ୍ଟର୍ ସବୁ ୩ଟି ଜାହାଜ ବୁଡ଼ାଇ ଦେବା ସହିତ କେତେକ ନାବିକଙ୍କୁ ମାରି ପକାଇଛନ୍ତି।
Follow Us