ଆଇନା ଦେଖା‌ଇଲା ଭାରତ: ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇ‌ଥିଲା ଆମେରିକା

New Project (4)

ନୂଆଦିଲ୍ଲୀ: ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇ‌ଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ମଧ୍ୟରେ ଏଭଳି ଖବର ଆସିଛି। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ୧୯୭୧ମସିହାରେ ପ୍ରକାଶିତ ଖବରକାଗଜର ଏକ ପୁରୁଣା ଫଟୋ ସେୟାର କରି ଆମେରିକାକୁ ଆଇନା ଦେଖାଇଛି। ଏହି ଫଟୋ ସେୟାର କରି, ଭାରତୀୟ ସେନା ଟ୍ରମ୍ପଙ୍କୁ ତାଙ୍କ ଅସଲ ଚେହେରା ଦେଖାଇବାକୁ ଚେଷ୍ଟା କରିଛନ୍ତି।

ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ୫ ଅଗଷ୍ଟ ୧୯୭୧ରେ ଛପାଯାଇଥିବା‌ ଏକ ଖବରକାଗଜର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି ଯେ, ୧୯୫୪ ରୁ ୧୯୭୧ ପର୍ଯ୍ୟନ୍ତ ଆମେରିକା ପାକିସ୍ତାନକୁ ଦୁଇ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।

ଭାରତୀୟ ସେନା ଏହି ପୋଷ୍ଟକୁ "ଦିସ୍‌ ଡେ’ ଦ୍ୟାଟ୍ ଇୟର" କ୍ୟାପସନ ସହିତ ସେୟାର କରିଛି। ଏହି ଫଟୋରେ ଥିବା ତଥ୍ୟ ଅନୁଯାୟୀ, ଆମେରିକା ୧୯୭୧ ଯୁଦ୍ଧର ପ୍ରସ୍ତୁତି ପାଇଁ ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲା। ଏହି ରିପୋର୍ଟରେ ଚୀନର ସାହାଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ କୁହାଯାଇଛି ଯେ, ଯୁଦ୍ଧ ପୂର୍ବରୁ ବେଜିଂ ମଧ୍ୟ ପାକିସ୍ତାନକୁ ସାହାଯ୍ୟ କରିଥିଲା। ସେହି ସମୟରେ, ରାଜ୍ୟସଭାରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତିକୁ ଆଧାର କରି ଏହି ଲେଖା ପ୍ରକାଶିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe