କିବ୍‌ରେ ରା‌ଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିଲେ ଆମେରିକାର ବାଚସ୍ପତି ନାନ୍‌ସି ପିଲୋସି

Advertisment
କିବ୍‌ରେ ରା‌ଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିଲେ ଆମେରିକାର ବାଚସ୍ପତି ନାନ୍‌ସି ପିଲୋସି

Image Courtesy of Dbp New

କିବ୍: ଆଜି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କିବ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ର ବାଚସ୍ପତି ନାନ୍‌ସି ପିଲୋସିଙ୍କୁ ଭେଟିଛନ୍ତି।

କିବ୍‌ ଗସ୍ତରେ ପିଲୋସିଙ୍କ ସହ ଥିଲେ ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ର ବରିଷ୍ଠ ପ୍ରତିନିଧି ଆଦାମ୍‌ ସ୍କିଫ୍, ଜେସନ୍‌ କ୍ରୋ ଏବଂ ଜିମ୍‌ ମ୍ୟାକ୍‌ଗଭର୍ଣ୍ଣ।

ଜେଲେନ୍‌ସ୍କି ମଧ୍ୟ ପିଲୋସିଙ୍କ ସହ ସାକ୍ଷାତ୍‌ କରୁଥିବା ସମୟର ଭିଡିଓ ଟୁଇଟର୍‌ରେ ରିଲିଜ୍‌ କରିଛନ୍ତି। ଏଥିରେ ଦେଖାଯାଉଛି, ନେତାମାନେ କଡ଼ା ପହରା ମଧ୍ୟରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ପିଲୋସି କହୁଛନ୍ତି, ମୋର ମନେହୁଏ, ସ୍ବାଧୀନତା ପାଇଁ ଆପଣଙ୍କ ଲଢ଼େଇ ନିମନ୍ତେ ଅଭିନନ୍ଦନ ଜଣାଇବା ଲାଗି ଆମେ ଆପଣଙ୍କୁ ଦେଖା କରିବାକୁ ଆସିଛୁ। ଆମେ ସ୍ବାଧୀନତାର ସୀମାନ୍ତରେ ପହଞ୍ଚିଛନ୍ତି। ଆପଣଙ୍କ ଲଢ଼େଇ ସମସ୍ତଙ୍କ ପାଇଁ। ଯୁଦ୍ଧ ଶେଷ ଯାଏଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆମେ ପ୍ରତିବଦ୍ଧ।

publive-image Image Courtesy of Dbp News

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନ୍‌କେନ୍‌ ଏବଂ ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ କିବ୍ ଗସ୍ତର ଠିକ୍‌ ଏକ ସପ୍ତାହ ପରେ ନାନ୍ସି କିବ୍‌ ଗସ୍ତରେ ଆସିଛନ୍ତି। ପୂର୍ବରୁ ବ୍ଲିନ୍‌କେନ୍‌ ଓ ଅଷ୍ଟିନ୍‌ଜେଲେନ୍‌ସ୍କିଙ୍କ ସହିତ ଦୀର୍ଘ ୩ଘଣ୍ଟା କାଳ ଆଲୋଚନା କରି ଅଧିକ ଅସ୍ତ୍ର ଏବଂ କୂଟନୈତିକ ଉଦ୍ୟମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଯୁଦ୍ଧର ଅବସାନ ଆଶା କରି ଚଳିତ ସପ୍ତାହରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ ଜେଲେନ୍‌ସ୍କିଙ୍କୁ ସାକ୍ଷାତ୍ କରିଥିଲେ।

ପୂର୍ବରୁ ଏପ୍ରିଲ୍‌ରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ୟୁକ୍ରେନ୍‌ ଗସ୍ତ କରି ଜେଲେନ୍‌ସ୍କିଙ୍କ ସହିତ କିବ୍‌ ରାସ୍ତାରେ ବୁଲିଥିଲେ। ଚେକ୍‌ ସାଧାରଣତନ୍ତ୍ର, ପୋଲାଣ୍ଡ୍‌ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀମାନେ ବି ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ ଗସ୍ତରେ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe