Image Courtesy of NDTV
ଓ୍ଵାସିଂଟନ୍: କୋଭିଡ୍-୧୯ର ଉତ୍ପତ୍ତି ଚିହ୍ନଟ କରିବାରେ ଅସମର୍ଥ ହୋଇପାରନ୍ତି ଆମେରିକାର ଗୁଇନ୍ଦା ଏଜେନ୍ସି। ଏ ନେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଏଜେନ୍ସିମାନେ ଏକ ସମୀକ୍ଷାମୂଳକ ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ କରୋନାଭାଇରସ୍ ପ୍ରାଣୀନିକଟରୁ ମନୁଷ୍ୟକୁ ବ୍ୟାପିଛି କିଂବା ପରୀକ୍ଷାଗରୁ ‘ଲିକ୍’ ହୋଇଛି ତାହା ଜାଣିବା ସମ୍ଭବ ହୋଇ ନପାରେ ବୋଲି ତଥ୍ୟ ଦିଆଯାଇଛି। କୋଭିଡ୍-୧୯ର ଉତ୍ପତ୍ତି ନେଇ ସେମାନେ ବିଭିନ୍ନ ପ୍ରକାରର ସମୀକ୍ଷା କରିଥିଲେ।
‘ୟୁଏସ୍ ଡାଇରେକ୍ଟର୍ ଅଫ୍ ନ୍ୟାସ୍ନାଲ୍ ଇଣ୍ଟେଲିଜେନ୍ସ୍’ କାର୍ଯ୍ୟାଳୟ ଉନ୍ମୁକ୍ତ କରାଯାଇଥିବା ଏକ ଗୋପନୀୟ ରିପୋର୍ଟରେ କହିଛି ଯେ, ଏହି ଭୂତାଣୁ ଉଭୟ ପ୍ରାକୃତିକ ଉତ୍ସ ଏବଂ ପରୀକ୍ଷାଗାରରୁ ‘ଲିକ୍’ ହୋଇ ବ୍ୟାପିଥାଇ ପାରେ। କିନ୍ତୁ, ଏହା ବାସ୍ତବରେ କେଉଁ ଉତ୍ସରୁ ବ୍ୟାପିଛି, ସେ ବିଷୟରେ ଅନୁଶୀଳନକାରୀମାନେ ଏକମତ ହୋଇ ପାରୁ ନାହାନ୍ତି।
କରୋନାଭାଇରସ୍କୁ ଗୋଟାଏ ‘ଜୈବାସ୍ତ୍ର’ ଭାବେ ସୃଷ୍ଟି କରାଯାଇଥିବା କଥାକୁ ମଧ୍ୟ ଉକ୍ତ ରିପୋର୍ଟରେ ଅଗ୍ରାହ୍ୟ କରାଯାଇଛି।
Image Courtesy of Dhaka Tribuneଶୁକ୍ରବାର ଦିନ ଜାରି ହୋଇଥିବା ଏହି ସଦ୍ୟତମ ସମୀକ୍ଷା ରିପୋର୍ଟ ହେଉଛି ଅଗଷ୍ଟ ମାସରେ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନ ରିଲିଜ୍ କରିଥିବା ସମୀକ୍ଷା ରିପୋର୍ଟର ଉନ୍ନୀତ ସଂସ୍କରଣ।
ଯୁକ୍ତରାଷ୍ଟ୍ର ଗୁଇନ୍ଦା ଏଜେନ୍ସିଙ୍କର ମନେହେଉଛି ଯେ, କୋଭିଡ୍-୧୯ର ଉତ୍ପତ୍ତି ସଂକ୍ରାନ୍ତରେ ସେମାନେ ସୁନିଦ୍ଦିଷ୍ଟ ଭାବେ କୌଣସି କୈଫିୟତ୍ ଦେବାରେ ସମର୍ଥ ହେବାର ସମ୍ଭାବନା ନାହିଁ। କାରଣ, ଉକ୍ତ ଭୂତାଣୁ କି, କେଉଁ ଉପାୟରେ ପ୍ରାଣୀ ଶରୀରରୁ କିଂବା ପରୀକ୍ଷାଗାରରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହେଲା ତା’ର ଆଉ କୌଣସି ନୂତନ ସୂଚନା ମିଳୁନାହିଁ।
ସୂଚନାଯୋଗ୍ୟ, କୋଭିଡ୍-୧୯ ଉତ୍ପତ୍ତି ସମ୍ବନ୍ଧୀୟ ତଦନ୍ତରେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁ ନ ଥିବାରୁ ଚୀନ୍ ଆନ୍ତର୍ଜାତିକ ସମାଲୋଚନାର ସରବ୍ୟ ହେଉଛି।
କିନ୍ତୁ, ଓ୍ଵାସିଂଟନ୍ରେ ଥିବା ଚୀନା ଦୂତାବାସ ଏବିଷୟରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
Follow Us