ଆଫଗାନିସ୍ତାନରେ ଆମେରିକାର ବିମାନ ଆକ୍ରମଣରେ ଆଇଏସ୍ ସଦସ୍ୟଙ୍କ ପରିବର୍ତ୍ତେ ଆଫଗାନ୍ ନାଗରିକ ନିହତ ହୋଇଥାଇ ପାରନ୍ତି : ରିପୋର୍ଟ

Advertisment
ଆଫଗାନିସ୍ତାନରେ ଆମେରିକାର ବିମାନ ଆକ୍ରମଣରେ ଆଇଏସ୍ ସଦସ୍ୟଙ୍କ ପରିବର୍ତ୍ତେ ଆଫଗାନ୍ ନାଗରିକ ନିହତ ହୋଇଥାଇ ପାରନ୍ତି : ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଅଗଷ୍ଟ ୨୯ ତାରିଖ ଦିନ ଆଫଗାନିସ୍ତାନରେ ଶେଷ ବିମାନ ଆକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ ପ୍ରୋଭିନ୍‌ସ୍‌’ର ଉଗ୍ରବାଦୀଙ୍କ ପରିବର୍ତ୍ତେ ଭୁଲ୍‌କ୍ରମେ ଜଣେ ସାହାଯ୍ୟକାରୀ କର୍ମୀଙ୍କୁ ଟାର୍ଗେଟ୍‌ କରିଥାଇ ପାରେ ବୋଲି ‘ନ୍ୟୁୟର୍କ ଟାଇମ୍‌ସ୍‌’ କରିଥିବା ଭିଡିଓ ବିଶ୍ଳେଷଣରୁ ଜଣାପଡ଼ିଛି।

‘ସିକ୍ୟୁରିଟି କ୍ୟାମେରା ଫୁଟେଜ୍‌’ ବି‌ଶ୍ଳେଷଣ କରି ‘ନ୍ୟୁୟର୍କ ଟାଇମ୍‌ସ୍‌’ ଦାବି କରିଛି ଯେ, ସେମାନେ ଅହମଦି ଏବଂ ଜଣେ ସହକର୍ମୀ ପାଣି ଡ୍ରମ୍‌ ବୋଝେଇ କରୁଥିବା ଦେଖିଥାଇ ପାରନ୍ତି। ଅଶରଫ୍‌ ଗନୀ ସରକାର ପତ୍ତନ ପରେ ଜଳ ଯୋଗାଣରେ ଅସୁବିଧା ଉପୁଜିଥିଲା। ଏହାଛଡ଼ା, ସେ ତାଙ୍କ ଉଚ୍ଚପଦସ୍ତ ଅଧିକାରୀଙ୍କ ପାଇଁ ଗୋଟାଏ ଲାପ୍‌ଟପ୍‌ ମଧ୍ୟ ନେଉଥିଲେ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପରଦିନ ସକାଳେ ‘ଆଇଏସ୍‌କେପି’ କରିଥିବା ରକେଟ୍‌ ଆକ୍ରମଣ ଅହମଦିଙ୍କ ଯାନ ପରି ଦିଶୁଥିବା ‘ଟୋୟୋଟା କରୋଲା’ରୁ ହୋଇଥିଲା।

publive-image Image Courtesy of The New York Times

‘ଏଫ୍‌ପି’ କହିବା ଅନୁସାରେ, ଏଜ୍‌ମାରାଇ ଅହମଦି ଥିଲେ କାଲିଫର୍ଣ୍ଣିଆ ସହାୟତା ସଂସ୍ଥାନର ଜଣେ ବୈଦ୍ୟୁତିକ ଯନ୍ତ୍ରୀ। ସେ ‘ନ୍ୟୁଟ୍ରିସନ୍‌ ଆଣ୍ଡ୍‌ ଏଜୁକେସନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍’ ପାଇଁ ଲବି କରୁଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ପୁନଃଥଇଥାନ ନିମନ୍ତେ ଆବେଦନ କରିଥିବା ଅନେକ ଆଫଗାନିସ୍ତାନବାସୀଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।

ଗାଡ଼ିରେ ବିସ୍ଫୋରକ ଥିବା ଦର୍ଶାଇ ଡ୍ରୋନ୍‌ ଆକ୍ରମଣ ପରେ ବଡ଼ଧରଣର ବିସ୍ଫୋରଣ ଘଟିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ‘ନ୍ୟୁୟର୍କ ଟାଇମ୍‌ସ୍‌’ ତଦନ୍ତ କହେ କି, ଦ୍ବିତୀୟ ବିସ୍ଫୋରଣ ଘଟିଥିବାର କୌଣସି ପ୍ରମାଣ ନାହିଁ। ନିକଟବର୍ତ୍ତୀ ଫାଟକ ନିକଟରେ ଗୋଟିଏ ବିସ୍ଫୋରଣ ଛଡ଼ା ପ୍ରାଚୀର ଭାଙ୍ଗିବା ପରି ଅତିରିକ୍ତ ବିସ୍ଫୋରଣ ଘଟିଥିବାର ସୁସ୍ପଷ୍ଟ ଚିହ୍ନ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe