ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କ ମନ୍ତବ୍ୟକୁ ଆମେରିକାର ସମର୍ଥନ

ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କ ମନ୍ତବ୍ୟକୁ ଆମେରିକାର ସମର୍ଥନ

ଓ୍ବାସିଂଟନ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଙ୍ଗଳବାରଦିନ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେ ମୋଦୀଙ୍କ ସହ ଏକମତ ଯେ ଏହି ଯୁଗ ଯୁଦ୍ଧର  ଯୁଗ ନୁହେଁ ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତାକୁ ବିଶ୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ବ୍ଲିଙ୍କେନ୍ କହିଛନ୍ତି ଯେ ଭବିଷ୍ୟତକୁ ଗଢିବା ପାଇଁ ଏହି ଦୁଇ ଦେଶ ଯେପରି ଦକ୍ଷତା ଓ ସୁଯୋଗ ରଖିଛନ୍ତି ତାହା ଅନ୍ୟ କୌଣସି ଦେଶ ରଖୁନାହାନ୍ତି ।

ଇସଲାମାବାଦକୁ ୱାଶିଂଟନ୍‌ର ୪୫୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଏଫ-୧୬ ରକ୍ଷଣାବେକ୍ଷଣ ସହାୟତା ପ୍ରଦାନ ପ୍ରସଙ୍ଗରେ ଜୟଶଙ୍କରଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖି ସେ କହିଛନ୍ତି,  “ପାକ୍ ଦୀର୍ଘ ଦିନ ଧରି ରହିଆସିଥିବା ଏଫ-୧୬ ପାଇଁ ଏହା ଏକ ନିୟମିତ ରକ୍ଷଣାବେକ୍ଷମ କାର୍ଯ୍ୟକ୍ରମ। ଏଗୁଡ଼ିକ ନୂଆ ନୁହେଁ, ଏହା ସେମାନଙ୍କ ପାଖରେ ଅଛି | ଆମେ କାହାକୁ ସାମରିକ ଉପକରଣ ଯୋଗାଇଦେବା ପରେ ସେଗୁଡ଼ିକର ଏହାର ରକ୍ଷଣାବେକ୍ଷଣ ମଧ୍ୟ ଆମ ଦାୟିତ୍ବ ମଧ୍ୟରେ ଆସୁଛି ।

ଏଫ-୧୬ ପ୍ରସଙ୍ଗରେ ସୋମବାରଦିନ ଜୟଶଙ୍କର କହିଥିଲେ ଯେ, ଓ୍ବାସିଂଟନଠାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଆମେରିକା କହୁଛି ଯେ ଆତଙ୍କବାଦ ନିରୋଧୀ ଅଭିଯାନ ପାଇଁ ଏଫ-୧୬ ଯୋଗାଣ ହେଉଛି, କିନ୍ତୁ ସମସ୍ତଙ୍କୁ ଜଣାଅଛି ଯେ ଏଫ-୧୬ ପରି ବିମାନର କ୍ଷମତା କଣ ଓ ସେଗୁଡ଼ିକ କେଉଁଠାରେ ମୁତୟନ ହେଉଛି ଓ ତାହାର ବ୍ୟବହାର କଣ । ଏଣୁ ଆମେରିକା କାହାକୁ ବୋକା ବନଉଛି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe